Odisha news

କରୋନା ମାହାମରୀ ସମୟରେ ରକ୍ତ ସଙ୍କଟ ସମସ୍ୟା ସମାଧାନ ପାଇଁ କଟକସଦର ଜୋନ ୬ ବୟାଳିଶମୌଜା ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜିତ

0

କରୋନା ମାହାମରୀ ସମୟରେ ରକ୍ତ ସଙ୍କଟ ସମସ୍ୟା ସମାଧାନ ପାଇଁ କଟକସଦର ଜୋନ ୬ ବୟାଳିଶମୌଜା ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ ରକ୍ତ ଦାନ ଶିବିର ବେଂଟକାର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ବୟାଳିଶମୌଜାର ବିଭିନ୍ନ ଗ୍ରାମର ଶତାଧିକ ଯୁବକ ମହିଳା ଯୋଗ ଦେଇ ରକ୍ତଦାନ କରିବା ସହିତ ଅନ୍ୟ ରକ୍ତଦାତାମାନଙ୍କୁ ଉସôାହିତ କରିଥିଲେ । ଏହି ଶିବିରରେ ମୋଟ ୧୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

ଏହି ଅବସରରେ ଆୟୋଜିତ ସଭାରେ କଟକସଦର ବ୍ଲକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା, କଟକସଦର ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟ ବୀରବର ଲେଙ୍କା,ବେଂଟକାର ପଂଚାୟତ ସରପଂଚ ବବିତା ବେହେରା ବେଂଟକାର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷକ ଡାକ୍ତର ବସନ୍ତ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ କରେନା ଯୋଦ୍ଧା ଭାବରେ ବେଂଟକାର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର , କଟକସଦର ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ,ବେଂଟକାର ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଳ, ସହଅଧିକାରୀ ରବିନାରାୟଣ ସିଂ,ହୃଷିକେଶ ରଥ.ଶିକ୍ଷାବିତ ମନୋଜ କୁମାର ନାୟକ,ସମାଜସେବୀ ଶଶିକାନ୍ତ ଦାସ,ସମାଜସେବୀ କେଶବ ଚନ୍ଦ୍ର କର ଙ୍କୁ ଉତରୀୟ ମାନପତ୍ର ପ୍ରଦାନ ପୂର୍ବକ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଏହି ଅବସରରେ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମରେ ବେଂଟକାର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ,ଝାରକଟା ପଂଚାୟତ ସରପଂଚ ବୈଜୟନ୍ତୀ ଦାସ,ମନୋକ କୁମାର ଦେବତା,ବସନ୍ତ କୁମାର ପଣ୍ଡା, ଯୁବନେତା ବିନୋଦ ବେହେରା, ସମାଜସେବୀ ଜୟନ୍ତ ଦାସ,ଦଧିବାମନପୁର ସରପଂଚ ତ୍ରିଲୋଚନ ମଲ୍ଲିକ,ସୁରେନ୍ଦ୍ର ବେହେରା,ସମର ବେହେରା,ସୁବୋଧ ବେହେରା,ଯତିନ୍ଦ୍ର ରାଉଳ, ସ୍ୱାଧିନ ଶେଖର ଷଢଙ୍ଗୀ,ଅଶୋକ ମହାନ୍ତି,ଗଣେଶ୍ୱର ଦାଶ,ସାଗର କାନୁନ ଗୋ, ନିକୁଞ ସ୍ୱାଇଁ ,ଛାତ୍ର ବିଜେଡି ସମ୍ପାଦକ ଭବାନୀ ଶଙ୍କର ଦାସ ,ଛାତ୍ର ନେତା ବିଶାଲ ରାୟ, ପ୍ରଭାସ ପଶାୟତ.ଯୁବ ବିଜେଡି ସଭାପତି ହିମାଂଶୁ ଦାସ,ଚିତରଂଜନ ବେହେରା,ଶରତ ରାୟ,ସର୍ବେଶ୍ୱର ପ୍ରଧାନ,ଅଶୋକ ସ୍ୱାଇଁ,ବିଜୟ ମଲ୍ଲିକ,,ପ୍ରଦ୍ୟୁମ୍ନ ମହାନ୍ତି, ରାଜେଶ ମହାନ୍ତି, ସୁଧିର ଶତପଥି, ଦିପ୍ତିରଂଜନ ଶତପଥ,ଅଧ୍ୟାପକ ଶେକ କଲ୍ିମୁଲ୍ଲା ô ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply