Odisha news

ଅଜିତ୍ ଦାସଙ୍କ ବିୟୋଗରେ ଶୋକସଭା

0

ବୋଲଗଡ : ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତ ଅଧିନ ସାନବାଡଠାରେ ସିନେୱାକର୍ସ ଆସୋସିଏସନ ପକ୍ଷରୁ ଯଲିଉଡ୍ର ବରିଷ୍ଠ ଅଭିନେତା ଅଜିତ୍ ଦାସଙ୍କ ବିୟୋଗରେ ଏକଶୋକସଭା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଃଖଦ ଘଟଣା ବିଦୁ୍ୟତ୍ ବେଗରେ ପ୍ରଶାରିତ ହୋଇ ସାରା ରାଜ୍ୟରେ ଏକ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି । ସଂପୃକ୍ତ ବ୍ଲକରେ ଦିର୍ଘବର୍ଷ ଧରି କଳା ଓ ସଂସ୍କୃତିର ନିପୁଣତା ଭାବେ ବର୍ଣ୍ଣନା କରିଆସିଛି ସାନବାଡସ୍ଥିତ ଓଡିଶା ସିନେୱାକର୍ସ ଆସୋସିଏସନ ।

ସ୍ୱର୍ଗତ ଅଜିତ୍ ଦାସ ଏହି ଅନୁଷ୍ଠାନର ଉପଦେଷ୍ଠାଭାବେ କାର୍ଯ୍ୟକରି କଳା ଓ ସଂସ୍କୃତିର ନିଖୁଣତାକୁ ପରିସ୍ପୁଟନ କରୁଥିଲେ । ତାଙ୍କ ବିୟୋଗରେ ଆୟୋଜିତ ଶୋକସଭାରେ କାର୍ଯ୍ୟକାରୀ ସଭାପତି ,ସମ୍ପାଦକ ,ବରିଷ୍ଠ ସଭ୍ୟ ପ୍ରମୋଦ ପ୍ରତାପ ସିଂହ, ସ୍ନେହଲତା ମହାନ୍ତି,ସୁରେଶ କୁମାର ସାହୁ,ଅଞ୍ଜଳି ମହାନ୍ତି, ପ୍ରସନ୍ନ କୁମାର ସ୍ୱାଇଁ,ଯଦୁନାଥ ସାମନ୍ତରାୟ,ପ୍ରଭାତି ପ୍ରଧାନ,ସଂଯୁକ୍ତା ରଣସିଂହ,ରାକେଶ ପାଢୀ ଓ ବ୍ରଜକିଶୋର ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଅଜିତ୍ ଦାସଙ୍କ ବିୟୋଗରେ ସିନେ ଜଗତର ଏକ ଅପୂରଣୀୟ କ୍ଷତି ବୋଲି ଶୋକ ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ବରିଷ୍ଠ ସଦସ୍ୟ ସିନେକଳାକାର ଅଶ୍ରୁମୋଚନ ମହାନ୍ତି ଏକ ଶୋକବାର୍ତ୍ତା ପଠାଇ ଶୋକ ପ୍ରକାଶ କରିଥିଲେ ।

Leave A Reply