ନିରାକାରପୁର : ୧୬ନଂ ଜାତୀୟ ରାଜପଥ ୬ ଲାଇନ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ବର୍ତ୍ତମାନ ବାଲୁଗାଁଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ନ କହିଲେ ଭଲ । ରାସ୍ତା ସାରା ଖାଲଖମାରେ ଭର୍ତ୍ତି । ଦୈନନ୍ଦିନ ହଜାର ହଜାର ଯାନବାହନ ଯାତାୟତ କରୁଥିବାବେଳେ ଏହି ଖାଲଖମା କେତେବେଳେ ଦୁର୍ଘଟଣାକୁ ଡ଼ାକି ଆଣୁଛନ୍ତି ତାହା କେହି କହିପାରିବେ ନାହିଁ । ତାହା ସହିତ ଛକ ସ୍ଥାନମାନଙ୍କରେ ନିର୍ମାଣ କରାଯାଉଥିବା ଓଭର ବ୍ରିଜ ପାଇଁ ଅସ୍ଥାୟୀ ଡ଼ିଭାଇଡ଼ରମାନ ଏତେ ସଙ୍କୁଚିତ ଯେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଲକ୍ଷ୍ୟ କରାଯାଉଛି ।
୧୬ନଂ ଜାତୀୟ ରାଜପଥ ଉଗ୍ରତାରା ଛକଠାରୁ ବଡ଼ପୋଖରୀଆ ମଧ୍ୟରେ ଏକ ବିରଟ ବଡ଼ ଗର୍ତ୍ତ ଯୋଗୁ ସେଠାରେ ଦୈନନ୍ଦିନ ଏକାଧିକ ଗାଡ଼ି ପଡ଼ି ଗାଡ଼ିର କ୍ଷତି ଘଟୁଥିବାବେଳେ ଚାଳକ ମଧ୍ୟ ଗୁରୁତର ହେଉଥିଲେ । ଏ ସମ୍ବନ୍ଧରେ ଉକ୍ତ ସଂପ୍ରସାରଣ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାରଙ୍କୁ ସ୍ଥାନୀୟ ଜନସାଧାରଣ ଗୁହାରୀ କରିଥିଲେ ବି ସେ କେବଳ ପ୍ରତିଶ୍ରୁତି ଦେଇଥିଲେ ହଁ କରିଦେବେ । କିନ୍ତୁ ସେ ଏହି କାଯ୍ୟଁକୁ ନ କରିବାରୁ ସ୍ଥାନୀୟ ଅଞ୍ଚଳରେ ଥିବା ମା ଉଗ୍ରତାରା ଫିଲିଙ୍ଗ ଷ୍ଟେସନ କର୍ମଚାରୀମାନେ ନିଜେ ଚିପିସ ଓ ମାଟି ପକାଇ ଏହି ଗର୍ତ୍ତକୁ ବନ୍ଦ କରିଥିଲେ । ଫଳରେ ବହୁ ଦୁର୍ଘଟଣାରୁ ଲୋକେ ଏବେ ବର୍ତ୍ତିପାରିବେ । ତେଣୁ ଏହି ଅଞ୍ଚଳରେ ଏହି କର୍ମଚାରୀ ଓ ମାଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।