ଭୁବନେଶ୍ୱର ତା 12-03-21ରିଖ l ଅନେକ ଦାବୀ,ଧାରଣା, ଧର୍ମଘଟ,ଆନ୍ଦୋଳନ,ଅନଶନ ପରେ ମହାନଦୀ ଜାଳବିବାଦାର ସମାଧାନ ପାଇଁ କେନ୍ଦ୍ର ସରକାର ମହାନଦୀ ଟ୍ରିବୁନାଲ ଗଠନ କଲେ l ସମସ୍ତେ ବହୁ ଆଶା କରିଥିଲେ କି, ଓଡିଶା ଏଥିରୁ ନିଶ୍ଚିତ ନ୍ୟାୟ ପାଇବ l ହେଲେ ଟ୍ରିବୁନାଲ ର ତିନିବର୍ଷର ଦୀର୍ଘ ସମୟରେ ପ୍ରଥମ ପଦକ୍ଷେପ ସ୍ୱରୂପ ତଥ୍ୟ ର ଆଦାନ ପ୍ରଦାନ ଏ ପର୍ଯ୍ୟନ୍ତ ହେଲା ନାହିଁ l ଛତିଶଗଡ ବେଆଇନ ଭାବେ ନିର୍ମାଣ କରିଥିବା ବ୍ୟାରେଜ ର ନିର୍ମାଣ କାର୍ଯ୍ୟ ଓ ଜଳଧାରଣ ମଧ୍ୟ କୌଣସି ରୋକ ଲଗାଗଲା ନାହିଁ l
ଏହି ସବୁ ସମସ୍ୟା ର ସମାଧାନ ଓ ଆଗାମୀ ଦିନରେ କଣ ପଦକ୍ଷେପ ନେବା ଆବଶ୍ୟକ ସମ୍ପର୍କିତ ଏକ ବିଚାରବିମର୍ଶ ସଭା ଓଡିଶା ର ଅନେକ ରାଜନୈତିକ ଦଳ, ଗଣ ସଂଗଠନ, ବୁଦ୍ଧିଜୀବୀ ଓ ବିଶେଷଜ୍ଞ ମାନଙ୍କୁ ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ହୋଟେଲ କେଶରୀ ଠାରେ ଅନୁଷ୍ଠିତ ହୋଇ ଯାଇଛି l ମହାନଦୀ ଟ୍ରିବୁନାଲ ର ତିନିବର୍ଷ ପୂର୍ତ୍ତିର ସମୀକ୍ଷା କରାଯାଇଥିଲା l ଟ୍ରିବୁନାଲ ଠାରୁ କୌଣସି ଦୃଷ୍ଟାନ୍ତମୂଳକ ନିର୍ଦେଶ ନ ମିଳିବା ଓଡିଶାବାସୀଙ୍କୁ ବ୍ୟଥିତ କରିଛି l ନଦୀର ପର୍ଯ୍ୟlବରଣ ଓ ପ୍ରବାହ ସୁରକ୍ଷା କ୍ଷେତ୍ର ରେ ଟ୍ରିବୁନାଲ କୌଣସି ପଦକ୍ଷେପ ନେଇନାହାନ୍ତି l ଅନ୍ତରୀଣ ନିର୍ଦେଶ ନ ମିଳିଲେ ଆଗାମୀ ଦିନରେ ତିନୋଟି କାର୍ଯ୍ୟକ୍ରମ ପାଇଁ ମୁଖ୍ୟତଃ ନିଷ୍ପତ୍ତି ହୋଇଛି l
ଯଥା 1- ସୁପ୍ରିମକୋର୍ଟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଟ୍ରିବୁନାଲ କାର୍ଯ୍ୟକାରିତା ନେଇ ପି ଆଇ ଏଲ 2- ପୁନଃବାର ଆପୋଷ ବୁଝାମଣା ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଆଲୋଚନା 3 – ଆନ୍ଦୋଳନ କୁ ତେଜୀୟାନ କରିବା ପାଇଁ ଏପ୍ରିଲ 20 ରୁ 30 ପର୍ଯ୍ୟନ୍ତ ମହାନଦୀ ର ଉତ୍ପତିସ୍ଥଳ ମଧ୍ୟପ୍ରଦେଶ ରୁ ଅନ୍ତିମସ୍ଥଳ ପର୍ଯ୍ୟନ୍ତ ଅବବାହିକlରେ ଅଧିବାସୀଙ୍କୁ ଜାଗ୍ରତ ପାଇଁ ସର୍ବଭାରତୀୟ ଜଳ ଆନ୍ଦୋଳନ କର୍ମୀ ଙ୍କୁ ନେଇ ଜାତୀୟସ୍ତରୀୟ ସଚେତନତା ଯାତ୍ରା କାର୍ଯ୍ୟକ୍ରମ l ଜଳମାନବ ଡ଼ଃ ରାଜେନ୍ଦ୍ର ସିଂ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ କି ମହାନଦୀ ଟ୍ରିବୁନାଲ ର କାର୍ଯ୍ୟକ୍ରମ ଉପରେ ଏକ ଜନ ଶ୍ୱେତପତ୍ର ଆସିବା ଦରକାର l କେବଳ ଆଇନଗତ ଦିଗ ନ ଦେଖି ଉଭୟ ରାଜ୍ୟର ନଦୀ ଅବବାହିକlର ଲୋକଙ୍କ କଥା ଶୁଣାଯିବା ଆବଶ୍ୟକ l କର୍ପୋରେଟ ଓ ମାଫିଆ ମାନଙ୍କ ଦ୍ୱାରା ନଦୀର ଶୋଷଣ, ଅତିକ୍ରମଣ ଓ ପ୍ରଦୂଷଣ ରୋକାନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ l ବିଜେଡି ଉପସଭାପତି ଦେବୀ ମିଶ୍ର କହିଲେ କି ଛତିଶଗଡ ଚେକ ଡ୍ୟାମ କହି ଯେଉଁ ବଡ଼ବଡ଼ ବ୍ୟାରେଜ ନିର୍ମାଣ କଲା ଆମେ ତାକୁ ରିଚେକ କରିବାକୁ ଭୁଲି ଆଜି ଏହି ଅବସ୍ଥାରେ ପଡ଼ିଛେ l ସୁପ୍ରିମ କୋର୍ଟ ରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପି ଆଇ ଏଲ କରିବା ଦରକାର ଓ ରାଜ୍ୟ ସରକାର ମଧ୍ୟ ଛୋଟ ଛୋଟ ବନ୍ଧ ଦ୍ୱାରା ଆମ ରାଜ୍ୟରେ ପ୍ରବାହିତ ଜଳର ସୁବିନିଯୋଗ କରିବାକୁ ଆଜିର ବୈଠକ ପରାମର୍ଶ ଦେବା ଉଚିତ l ପିସିସି ସଭାପତି ନିରଞ୍ଜନ ପଟନାୟକ କହିଲେ କି ରୋଗୀ ମୃତ୍ୟୁ ପରେ ଡାକ୍ତର ଆସିବା କାର୍ଯ୍ୟ ରାଜ୍ୟ ସରକାର କରି ଏବେ ବାଉଳା ହେଉଛନ୍ତି l ଏଥିପାଇଁ ରାଜ୍ୟ ସରକାର ପ୍ରଥମେ ନିଜର ଜଳର ସଠିକ ବିନିଯୋଗ କରନ୍ତୁ ଛତିଶଗଡ ସରକାର ତାଙ୍କ ରାଜ୍ୟ ପାଇଁ କଲେ ଆମେ କଣ କରିଛେ ବୋଲି ରାଜ୍ୟ ସରକାରଙ୍କୁ ପଚାରିବା ଉଚିତ l ନିର୍ବାଚନ କମିଶନଙ୍କ ପରାମର୍ଶଦାତା ଡ଼ଃ ଭଗବାନ ପ୍ରକାଶ କହିଲେ କି ମହାନଦୀ ଆଇନଗତ ଈସୁ ନ ହୋଇ ସାମାଜିକ, ସାଂସ୍କୃତିକ ଜୀବନ ଜୀବିକା ର ଈସୁ ହେବା ଆବଶ୍ୟକ l ଏହା ମଧ୍ୟ ମୌଳିକ ଆବଶ୍ୟକତାରେ ସାମିଲ ହେବା ଉଚିତ l
ସିପିଏମ ନେତା ଜନାର୍ଦନ ପତି ମହାନଦୀ ଟ୍ରିବୁନାଲ ନିଷ୍କ୍ରିୟତା ବିରୁଦ୍ଧରେ ରାଜ୍ୟସରକାର ସୁପ୍ରିମ କୋର୍ଟ ରେ ଅପିଲ କରିବାକୁ କହିବା ସହ ଆନ୍ଦୋଳନକୁ ସୀମିତ ନରଖି ଜନଆନ୍ଦୋଳ କରିବାକୁ ମତବ୍ୟକ୍ତ କରିଥିଲେ l ଜଗଦାନନ୍ଦ କହିଲେ କି ରାଜ୍ୟର ସମସ୍ତ ରାଜନୈତିକ ଦଳ ଏହି ଈସୁରେ ଫେଲ ମାରିଥିବାବେଳେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଲଢେଇ ଜାରି ରଖିଥିବାରୁ ସେ ଧନ୍ୟବାଦ ଦେବା ସହିତ ଏକ ଜନ ଶ୍ୱେତପତ୍ର ପ୍ରକାଶ ସହିତ ସାମାଜିକ ପ୍ରଚାରକ , ଆଇନଜ୍ଞ , ଜଳ ବିଶେଷଜ୍ଞ ଆଦିଙ୍କୁ ନେଇ ବ୍ୟାପକ ସଚେତନତା କରିବା ଦରକାର l
ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା କର୍ପୋରେଟ ମାନଙ୍କ ପାଇଁ ସାରାକରମାନଙ୍କ ଦ୍ୱାରା ଜଳର ଘରୋଇକରଣ ଏଇ ମାରାତ୍ମକ ବ୍ୟବସ୍ଥା ଆଦୌ ପରିବେଶ ଓ ଜୀବଜଗତ ପାଇଁ ଗ୍ରହଣୀୟ ନୁହେଁ l ଉତ୍କଳ ବିଶ୍ୱ ବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ର: ବିନାୟକ ରଥ କହିଲେ ଟ୍ରିବୁନାଲ ରେ ଉପସ୍ଥାପିତ ସମସ୍ତ ତଥ୍ୟ ତଳସ୍ତରରୁ ସଠିକ ଓ ନିର୍ଭୁଲ ହେବା ଆବଶ୍ୟକ ତତସହିତ ଟ୍ରିବୁନାଲ ରେ ଜାଳବିବାଦ ର ସମାଧାନ ଜଜଙ୍କ ଦ୍ୱାରା ନ ହୋଇ ଜଳ ବିଶେଷଜ୍ଞ ଙ୍କ ଦ୍ୱାରା ହେବା ଦରକାର l ଆଡ଼ଭୋକେଟ ସୁରେନ୍ଦ୍ର ନାଥ କର ସୁପ୍ରିମକୋର୍ଟରେ ପି ଆଇ ଏଲ କରିବାକୁ କହିଥିଲେ l କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ଫରୱାର୍ଡ଼ ବ୍ଲକ ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର,ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଉପଦେଷ୍ଟା ଇଂ ଲଳିତମୋହନ ପଟନାୟକ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ବିଜୟ ପ୍ରଧାନ, ରବି ସାହୁ, ସଚିକାନ୍ତ ପ୍ରଧାନ, ଅରୁଣ ଜେନା, ଗଦାଧର ପ୍ରଧାନ, ଅଶୋକ ଠକର ଆଦି ମତାମତ ଦେଇଥିଲେ l ମୁଖପାତ୍ର ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଦେଇଥିଲେ ଓ ପ୍ରଭାସିନୀ ରାଉତ ମହାନଦୀ ସଂଗୀତ ଗାନ କରିଥିଲେ l