ବୋରିଗୁମ୍ମା (K.Sakil Dora)—ଆଜିର ଯୁଗ ହେଉଛି ପ୍ରଚାର ଓ ପ୍ରସାର ଯୁଗ। ଯେକୌଣସି ସରକାରୀ କାର୍ଯ୍ୟକ୍ରମ ହେଉ ଅବା ବେସରକାରୀ କାର୍ଯ୍ୟକ୍ରମ। ସବୁଠି ଗଣମାଧ୍ୟମ ପ୍ରତିନିଧି ଙ୍କ ବିନା କାର୍ଯ୍ୟକ୍ରମ ଅଧୁରା ହୋଇଥାଏ।ଗ୍ରାମାଞ୍ଚଳ ର ମୌଳିକ ସମସ୍ୟା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ବିନା ପ୍ରଚାର ଓ ପ୍ରସାର ରେ ହୋଇ ନ ଥାଏ।ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ରେ ଗଣମାଧ୍ୟମ ର ସହଯୋଗ ଲୋଡିଥାନ୍ତି। କିନ୍ତୁ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ର ବ୍ଲକ ପ୍ରଶାସନ ଟିକେ ନିଆରା। ଯେକୌଣସି ବିକାଶ ମୂଳକ କାର୍ଯ୍ୟ ରେ ଗଣମାଧ୍ୟମ କୁ ସାମିଲ କରାଯାଉ ନାହିଁ। ବ୍ଲକ ପ୍ରଶାସନ ସବୁବେଳେ ଗଣମାଧ୍ୟମ ଠାରୁ ଦୂର ରେ ରହି କାମ କରୁଥିବା ଅଭିଯୋଗ ହେଉଛି। ବୋରିଗୁମ୍ମା ବ୍ଲକ ୩୧ ଗୋଟି ପଞ୍ଚାୟତ କୁ ନେଇ ଗଠିତ। ବର୍ତ୍ତମାନ ପ୍ରତି ପଞ୍ଚାୟତ ରେ ପାର୍କ, ରୁରାଲ ଟୁରୀଜମ ,ଗ୍ରାମୀଣ ପାଠାଗର ଭଳି ଅନେକ ବିକାଶ ମୂଳକ କାର୍ଯ୍ୟ ହେଉଛି। ବ୍ଲକ ପ୍ରଶାସନ ବିଧାୟକ ଙ୍କୁ ଧରି ଲୁଚାଛପା ରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ କରୁଥିବା ଦେଖାଦେଇଛି। ଗତ ଫେବୃଆରୀ ୩ ତାରିଖରେ ବ୍ଲକ ପରିସରରେ କେନ୍ଦ୍ରୀୟ ପାଠାଗର ବିଧାୟକ ଙ୍କ ଦ୍ଵାରା ଉଦଘାଟତ ହେଲା କିନ୍ତୁ କୌଣସି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଡାକି ନାହାନ୍ତି। ସେହିଭଳି ବ୍ଲକ ର କୁମୁଲି ଗ୍ରାମରେ ସ୍ମାର୍ଟ କ୍ଲାସ ରୁମ, ପାଠାଗର ଅନେକ ପ୍ରକଳ୍ପ ଉଦଘାଟନ କରାଗଲା କିନ୍ତୁ ସେହି ସ୍ଥାନକୁ ମଧ୍ୟ ଗଣମାଧ୍ୟମ କୁ ନିମନ୍ତ୍ରଣ ରହିଲା ନାହିଁ। ସେହି ବହୁ ସମୟରେ ରାଜ୍ୟ ଟିମ କିମ୍ବା କେନ୍ଦ୍ରୀୟ ଟିମ ବୋରିଗୁମ୍ମା ବ୍ଲକ ର ହୋଇଥିବା ବିକାଶ ମୂଳକ କାମ ବୁଲି ଦେଖୁଛନ୍ତି। ବ୍ଲକର କୌଣସି ପ୍ରକାର ବିକାଶ ମୂଳକ କାର୍ଯ୍ୟ ରେ ବିଡିଓ ପ୍ରଣୟ ରଞ୍ଜନ ବେହେରା ଗଣମାଧ୍ୟମ ଠାରୁ ଦୂର ରେ ରହୁଛନ୍ତି।।କେବଳ ବ୍ଲକ ପ୍ରଶାସନ ନୁହଁ ବିଭିନ୍ନ ବିଡ଼ିଓ ଚାପ ରେ ୩୧ ଗୋଟି ପଞ୍ଚାୟତ ରେ ହେଉଥିବା ପ୍ରକଳ୍ପ ର କୌଣସି କାର୍ଯ୍ୟକ୍ରମ ହେଲେ ପିଇଓ କିମ୍ବା ସରପଞ୍ଚ ମଧ୍ୟ ଗଣମାଧ୍ୟମ କୁ ନିମନ୍ତ୍ରଣ କରୁ ନ ଥିବା ଦେଖାଦେଇଛି। ତେବେ କାହିଁକି ବ୍ଲକ ପ୍ରଶାସନ ଗଣମାଧ୍ୟମ କୁ ଅଣଦେଖା କରୁଛନ୍ତି। ବ୍ଲକ ପ୍ରଶାସନ ର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ନା ଅନ୍ୟ କୌଣସି ଅଦୃଶ୍ୟ କାରଣ ରହିଛି।ତେବେ ଏହିଭଳି ଘଟଣା କୁ ବ୍ଲକ ପ୍ରଶାସନ କୁ ସାଧାରଣ ରେ ନିନ୍ଦା କରିବା ସହ ପ୍ରତିଟି ବିକାଶ ମୂଳକ କାର୍ଯ୍ୟ ରେ ଗଣମାଧ୍ୟମ କୁ ଯୋଡିବା ଆବଶ୍ୟକ ବୋଲି ବହୁ ମତ ପ୍ରକାଶ କରିଛନ୍ତି।