Odisha news

ନିଯୁକ୍ତି ସୁଯୋଗ ଆଣିଲା ଲକ୍‌ଡାଉନ୍

0

‌ ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ବାରବାଙ୍କୀ ଜିଲ୍ଲା ମାଭେୟା ଗæôର ନାଥୁ (୩୫) ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ଗæôକୁ ଆସିଥିଲେ । ତାଙ୍କ ଲେବର ଟିମ୍‌ ଲକ୍ଷ୍ନୌରେ କାମ କରିବା ବନ୍ଦ କରିଦେବାରୁ ସେ ଚାକିରିରୁ ବାହାରି ଯାଇଥିଲେ । ସେହିପରି ମନୋଜ ନାମକ ଦିନ ମଜୁରିଆ ଲକ୍‌ଡାଉନ୍‌ ଯୋଗୁ ଗæôରେ ଫସିଯାଇଥିଲେ । ହେଲେ ନାଥୁ ଓ ମନୋଜ ଦୁଇ ମାସ ହେବ ମଭେୟାରେ କଲ୍ୟାଣୀ ନଦୀର ୨.୬ କିମି ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ । ଏହିକ୍ରମରେ ମହାମାରୀ ଯୋଗୁ ଜୀବିକା ହରାଇଥିବା ଗæôର ପ୍ରାୟ ୮୦୦ ଲୋକ ଜିଲା ମାଜିଷ୍ଟ୍ରେଟ୍‌ ଆଦର୍ଶ ସିଂହଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରକଳ୍ପ ମାଧ୍ୟମରେ କାମ ପାଇଲେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫୯ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ପୂର୍ବେ କଲ୍ୟାଣୀ ନଦୀ କୃଷକଙ୍କ ପାଇଁ ଜଳସେଚନର ଉତ୍ସ ଥିଲା । ହେଲେ ଅଳିଆ ଗଦା ହେବାରୁ ନଦୀ ଶୁଖିଗଲା । ଗତବର୍ଷ ଜିଲା ପ୍ରଶାସନ ନଦୀ ସଫେଇ ଯୋଜନା କରିଥିଲା, କିନ୍ତୁ ଶ୍ରମିକ ଅଭାବରୁ ଏହି କାମ ଆଭେଇ ପାରିଲା ନାହିଁ । ଏବେ ଲକ୍‌ଡାଉନ୍‌ ଗ୍ରାମବାସୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ଆଣିଦେଇଛି ।

Leave A Reply