ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ସହାରନପୁରରେ ବିବେକ ଗୁପ୍ତାଙ୍କୁ ତାଙ୍କ ଝିଅ ପୂଜା ଚନ୍ଦ୍ରରେ କୋଟିଏ ଟଙ୍କା ମୂଲ୍ୟର ଜମି ଉପହାର ଦେଇଛନ୍ତି । ଶାହରୁଖ ଖାନ୍ ଓ ସୁଶାନ୍ତ ସିଂହ ରାଜପୁତଙ୍କ ପରେ ପୂଜା ଚନ୍ଦ୍ରରେ ଜମି କିଣିଥିବା ତୃତୀୟ ଭାରତୀୟ । ବିବେକ ତାଙ୍କ ଦୁଇ ଝିଅଙ୍କୁ ପୁଅଠୁ କମ୍ ଭାବିନାହାନ୍ତି । ପୂଜା କହିଛନ୍ତି, ‘ମୁଁ ସହାରନପୁରରେ ରହୁଛି । ଜାମ୍ବାୟାରେ ମୋ ବାହାଘର ହୋଇଛି । ମୁଁ ଆମେରିକୀୟ ଆଡ୍ ଏଜେନ୍ସିରେ କାମ କରୁଛି । ବାପାଙ୍କୁ ଫାଦର୍ସ ଡେ’ରେ ଭିନ୍ନ କିଛି ଉପହାର ଦେବାକୁ ଚାହୁଁଥିଲି । ମୁଁ ଇଣ୍ଟରନାଶନାଲ ଲୁନାର ଲାଣ୍ଡ ରେଜେଷ୍ଟ୍ରୀରୁ ଜମି କିଣି ବାପାଙ୍କୁ ଉପହାର ଦେଲି । ବହୁତ ଖୁସି ଯେ ଏପରି ଉପହାର ଦେଇଛି ଯାହା ସବୁବେଳେ ମନେ ରହିବ ।’