Odisha news

ସୁଶାନ୍ତ ମୋ ଆକ୍ଟିଂ କୋଚ୍ : ସାରା ଅଲୀ

0

ଅଭିନେତ୍ରୀ ସାରା ଅଲୀ ଖାନ୍‌ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରୁ ଡେବୁ୍ୟ କରିଥିଲେ । ଫିଲ୍ମରେ ତାଙ୍କ କୋଷ୍ଟାର୍‌ ଥିଲେ ସୁଶାନ୍ତ ସିଂହ ରାଜପୁତ । ୨୦୧୮ରେ ଆସିଥିବା ଏହି ଫିଲ୍ମରେ ସାରାଙ୍କ ହିନ୍ଦୀ କହିବାଠାରୁ ଅଭିନୟକୁ ନେଇ ଖୁବ୍‌ ପ୍ରଶଂସା କରାଯାଉଥିଲା । ଏବେ ସୋସାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାରା କହୁଛନ୍ତି ସୁଶାନ୍ତ ତାଙ୍କୁ ଆକ୍ଟିଂ ପାଇଁ ଗାଇଡ୍‌ କରୁଥିଲେ । ଟ୍ରେଲର୍‌ ଲଞ୍ଚ୍‌ ସମୟରେ ସାରା ସୁଶାନ୍ତଙ୍କୁ ନିଜ ଅଭିନୟର କ୍ରେଡିଟ୍‌ ଦେଇ କହିଥିଲେ ସିନ୍‌ ପଛରେ ଜଣେ ଜିନିୟସ୍‌ ତାଙ୍କୁ ସାହାଯ୍ୟ କରିଛନ୍ତି । ସେ କହିଛନ୍ତି, ‘ଜାଣିନି ଫିଲ୍ମରେ କିପରି କାମ କରିଛି । ନିଜର ବେଷ୍ଟ୍‌ ଦେବାକୁ ଚେଷ୍ଟା କରିଥିଲି । କିନ୍ତୁ ମୋତେ ଲାଗୁଛି ସୁଶାନ୍ତଙ୍କ ବିନା ମୁଁ ଏସବୁ କରିପାରି ନ ଥାନ୍ତି । ମୁଁ ଯେ ଆଜି ଅନର୍ଗଳ ହିନ୍ଦୀ କହିପାରୁଛି, ତାହା କେବଳ ସୁଶାନ୍ତଙ୍କ ଯୋଗୁ । ସୁଟିଂ ସେଟ୍‌ରେ କେବଳ ହିନ୍ଦୀରେ କଥା ହେବାକୁ ସୁଶାନ୍ତ ମୋତେ କହିଥିଲେ ।’ ସୁଶାନ୍ତଙ୍କୁ ସାରା ବହୁତ ପସନ୍ଦ କରୁଥିବା ସାରାଙ୍କ ବାପା ଅଭିନେତା ସୈଫ୍‌ ଅଲୀ ଖାନ୍‌ ଥରେ ସାକ୍ଷାତକାରରେ କହିଥିଲେ ।

Leave A Reply