ଯାଆଁଳା ପିଲାଙ୍କ ଜନ୍ମରେ ୩ରୁ ୫ ମିନିଟ୍ ଅନ୍ତର ସାଧାରଣ କଥା । ହେଲେ ଚୀନ୍ରେ ଜଣେ ମହିଳା ୧୦ ବର୍ଷ ଅନ୍ତରରେ ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି । ୪୧ ବର୍ଷୀୟା ବାଙ୍ଗ୍ ୨୦୦୯ରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ ଓ ୧୦ ବର୍ଷ ପରେ ଅନ୍ୟ ଏକ ସନ୍ତାନ ଜନ୍ମ ହେଲା । ବାହାଘରର ୫ ବର୍ଷ ପର୍ଯ୍ୟନ୍ତ ସେ ଗର୍ଭଧାରଣ କରିବାକୁ ଅସମର୍ଥ ଥିଲେ । ଡାକ୍ତରଙ୍କଠାରୁ ଟେଷ୍ଟ୍ ଟୁ୍ୟବ୍ ବେବି ପରାମର୍ଶ ନେଇ ଗର୍ଭଧାରଣ କଲେ । ଡାକ୍ତର କହିଛନ୍ତି ସେମାନେ ଶୁକ୍ରାଣୁ ଓ ଅଣ୍ଡାର ଉପଯୋଗ କରି ଭୃଣର ଏକ ବ୍ୟାଚ୍ ପ୍ରସ୍ତୁତ କଲେ । ଅନ୍ୟ ଏକ ବ୍ୟାଚ୍କୁ ଗର୍ଭରେ ଛାଡ଼ିଦେଲେ । ୧୦ ବର୍ଷ ପରେ ସେହି ଭୃଣ ରୁ ଦ୍ୱିତୀୟ ସନ୍ତାନ ଜନ୍ମ ହେଲା । ଡାକ୍ତର କହିଛନ୍ତି ଚିକିତ୍ସା ଦୃଷ୍ଟିରୁ ଦଶ ବର୍ଷ ବ୍ୟବଧାନରେ ଜନ୍ମ ହୋଇଥିଲେ ମଧ୍ୟ ଦୁହେଁ ଯାଆଁଳା ।