କୋଣାର୍କ:ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ପୁରୀ ଜିଲାରେ ବଢିବାରେ ଲାଗିଛି।ଯାହା ଏହି ଜିଲା ଅନ୍ତର୍ଗତ ବିଶ୍ଵପର୍ଯ୍ୟଟନ ସ୍ଥଳୀ କୋଣାର୍କରୁ ୩ କୋଭିଡ଼ି ଆକ୍ରାନ୍ତ ମଙ୍ଗଳବାର ରାତ୍ରରେ ଚିନ୍ନଟ ହୋଇଥିବା ଜଣାପଡିଛି। କୋଣାର୍କ ଏନ ଏ ସି ର ନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ଶ୍ରୀ ନିବାସ ଙ୍କ ସୂଚନା ଅନୁଯାୟୀ,ଏହି ତିନିଜଣ କରୋନା ପଜେଟିଭି ସମସ୍ତେ ବାହାର ଫେରନ୍ତା ଥିବାବେଳେ ୨ଜଣ ବାପ ପୁଅ ମହାରାଷ୍ଟ୍ର ରୁ ଆସି ବସଷ୍ଟାଣ୍ଡ ନିକଟସ୍ଥ ସରକାରୀ ସ୍କୁଲ ରେ ହୋଇଥିବା ସଂଗରୋଧରେ ଥିଲେ ଓ ଜଣେ ବମ୍ବେ ରୁ ଆସି ସ୍ଥାନୀୟ ଏକ ଘରୋଇ ଲଜରେ ପେଡ଼ କ୍ୟୁରେଟାଇନିରେ ଥିଲେ।
ଏବଂ ଉକ୍ତ ବେକ୍ତି ଜଣକ ଗତ ୧୭ ତାରିଖରେ ଏନ ଏ ସି ରେ ନାମ ପଞ୍ଜିକରଣ କରି ସେହି ଲଜ ରେ ରହିଆସୁଥିଲେ।ମଙ୍ଗଳବାର ରାତିରେ ୩ଜଣ ଙ୍କ ରକ୍ତସ୍ଲାବରେ କରୋନା ପଜେଟିଭି ରିପୋର୍ଟ ଆସିଥିଲା ଏହା ଜଣାଯିବାପରେ ସେମାନଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ସମ କୋଭିଡ଼ି ଡାକ୍ତରଖାନାକୁ ସ୍ଥାନତାରିତ କରାଯାଇ ଉକ ଆଂଚଳକୁ ସାନିଟାଇଜର କରାଯାଇଛି।ଏବଂ ଉକ୍ତ ଲଜ କୁ ଏନ ଏ ସି ତରଫରୁ ସିଲ କରାଯାଇ ଲଜ ଚାରିପଟେ ବାଉଁଶ ବାରିକେଟ କରାଯାଇ ଲୋକଙ୍କୁ ଏହି ଲଜ ନିକଟକୁ ନଯିବା ପାଇଁ ବାରଣ କରାଯାଇ ଉକ୍ତ ବେକ୍ତି ର ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରାଯାଉଛିବୋଲି ଏନ ଏ ସି ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ପ୍ରକାଶ କରିଛନ୍ତି।