କୋଣାର୍କ : ଶୁକ୍ରବାର ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଅଚାନକ ଆସି କୋଣାର୍କ ଡ଼ାକ୍ତରଖାନା ପରିସରରେ ହୋଇଥିବା କରୋନା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ ।ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ତାଙ୍କ ସହିତ ପୁରୀ ଜିଲ୍ଲା ଏସପି ଡ଼ା. ଉମାଶଙ୍କର ଦାଶ ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ଉପସ୍ଥିତ ରହିଥିଲେ ।ଡ଼ାକ୍ତରଖାନା ରେ ପହଞ୍ଚିବା ପରେ ଜିଲ୍ଲାପାଳ ଗାଡ଼ିରୁ ଓହ୍ଲାଇ ସଙ୍ଗରୋଧ କେନ୍ଦ୍ରର ପରିଚାଳନା ଦାୟିତ୍ବରେ ଥିବା କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରିଥିଲେ। ମହାମାରୀ କରୋନା ସମୟରେ ପରିବାର ଓ ପିଲାଛୁଆଙ୍କୁ ଛାଡ଼ି ଆସି ସଙ୍ଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଭାବେ ଦାୟିତ୍ବ ତଲାଉଥିବା ଏହି କର୍ମଚାରୀ ମାନଙ୍କୁ ସାଲ୍ୟୁଟ ପ୍ରଦାନ କରି ଜିଲ୍ଲାପାଳ ତାଙ୍କ ମନୋବଳ ବଢ଼ାଇଥିଲେ ।
ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଏହି ସାଲ୍ୟୁଟ କଥା ପ୍ରଘଟ ହେବା ପରେ ବିଭିନ୍ନ ମହଲରୁ ଜିଲ୍ଲାପାଳଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବା ଆରମ୍ଭ ହୋଇଛି ।ଜିଲ୍ଲାପାଳ ଓ ଏସପି କୋଣାର୍କ ଡ଼ାକ୍ତରଖାନାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚି ସେଠାରେ ଥିବା ପ୍ରବାସୀ ମାନଙ୍କ ସହିତ କଥା ହୋଇଥିଲେ ।ସଙ୍ଗେରୋଧ କେନ୍ଦ୍ରର ଆୟୋଜନ , ଖାଇବା ପିଇବା, ପରିମଳ ବ୍ୟବସ୍ଥା ସହିତ ସମସ୍ତ ଆନୁସଙ୍ଗିକ ଦିଗ ସଂପର୍କରେ ଜିଲ୍ଲାପାଳ ସଙ୍ଗରୋଧ କେନ୍ଦ୍ରରେ ଥିବା ବ୍ୟକ୍ତି ମାନଙ୍କ ଠାରୁ ପଚାରି ବୁଝିଥିଲେ ।ସଙ୍ଗରୋଧ କେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରସ୍ତୁତି ସଠିକ ଭାବେ କରାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହିତ କରୋନା ମୁକାବିଲା ପାଇଁ ଦିନରାତି ୨୪ ଘଣ୍ଟା ସର୍ତକ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।
କୋଣାର୍କ ଏନଏସି କାର୍ଯ୍ୟାଳୟର ଭାଗିରଥି ବରାଳ , ପରିମଳ ଦାୟିତ୍ବାଧିନ ସଂସ୍ଥାର ପ୍ରତିନିଧି ପଂଚାନନ ଲେଙ୍କା ପ୍ରମୁଖ ଏହି ସମୟରେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳଙ୍କ ସମସ୍ତ ପରାମର୍ଶକୁ ତୁରନ୍ତ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି ଜୋର ଧରିଥିବାର ପରିଲକ୍ଷିତ ହୋଇଛି । ଜିଲ୍ଲାପାଳ ଙ୍କ ଗ୍ରସ୍ତ ପରେ ସଙ୍ଗରୋଧ କେନ୍ଦ୍ରରେ ଥିବା ୨୧ ଜଣ ପ୍ରବାସୀ ଙ୍କ ମଧ୍ୟରୁ ୧୪ ଜଣଙ୍କୁ ସ୍ବାବ ପରୀକ୍ଷା ନିମନ୍ତେ ନିଆଯାଇଥିବାର ଜଣାପଡ଼ିଛି ।