Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକଫର ଅଶୋକ କୁମାର ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା

0

ଭୁବନେଶ୍ୱର :୧୫ ମଇ,୨୦୨୦:  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋଭିଡ୍‍-୧୯ ମୁକାବିଲାରେ ସରପଞ୍ଚମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଚ୍ଚପ୍ରଶଂସା କରିବା ସହ ସେମାନଙ୍କୁ ଆଗଧାଡ଼ିର ଯୋଦ୍ଧା ଭାବେ ବର୍ଣ୍ଣନା କରିଛନ୍ତିା ତୃଣମୂଳ ସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ସଙ୍ଗରୋଧ କେନ୍ଦ୍ର ଏବଂ ଅନ୍ୟ କୋଭିଡ୍‍ ସୁବିଧାଗୁଡ଼ିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତିା ସେମାନଙ୍କ ପରିବାରର ହିତ ପାଇଁ କୋଭିଡ୍‍ ଯୋଦ୍ଧାମାନଙ୍କ ନିମନ୍ତେ ପୂର୍ବଘୋଷିତ ୫୦ ଲକ୍ଷ ଟଙ୍କାର ସହାୟତା ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିା

 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ସଙ୍ଗରୋଧ କେନ୍ଦ୍ର ଏବଂ ଅନ୍ୟ କୋଭିଡ୍‍ ସୁବିଧାଗୁଡ଼ିକର ସୁପରିଚାଳନାରେ ନିୟୋଜିତ ଥିବା ବେସରକାରୀ ତଥା ସରକାରୀ କ୍ଷେତ୍ରର ଯେ କୌଣସି ବ୍ୟକ୍ତିମାନେ ମଧ୍ୟ କରୋନା ଯୋଦ୍ଧାା ସେମାନଙ୍କ ପରିବାରକୁ ମଧ୍ୟ ଏହି ୫୦ ଲକ୍ଷ ଟଙ୍କାର ସହାୟତା ଯୋଜନାରେ ସାମିଲ କରାଯାଇଛିା

 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୁବାଇରେ ଅଟକି ରହିଥିବା ୧୫୧ ଜଣ ପ୍ରବାସୀ ଓଡ଼ିଆ ସ୍ୱତନ୍ତ୍ର ବିମାନ ଯୋଗେ ଆସିି ଓଡ଼ିଶାରେ ପହଞ୍ଚିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତିା ବିମାନ ବନ୍ଦରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲାା ସେମାନଙ୍କ ଜିନିଷପତ୍ର ବିଶୋଧନ କରାଯିବା ସହିତ କ୍ୱାରାଣ୍ଟାଇନ୍‍ରେ ପଠାଯାଇଥିଲାା ସରକାରଙ୍କ ପ୍ରବର୍ତ୍ତିତ କ୍ୱାରାଣ୍ଟାଇନ୍‍ ମାର୍ଗଦର୍ଶିକା ଅନୁପାଳନ କରିବା ନିମନ୍ତେ ସେମାନଙ୍କୁ ପରାମର୍ଶ ଦିଆଯାଇଛିା

 ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଶ୍ରୀ ଭି.କେ. ପାଣ୍ଡିଆନ୍‍ ଆଜି ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତିା ଏହିସବୁ ଜିଲ୍ଲାଗୁଡ଼ିକରେ କୋଭିଡ୍‍ ହସ୍‍ପିଟାଲ୍‍ ଏବଂ କୋଭିଡ୍‍ କେୟାର ସେଣ୍ଟରଗୁଡ଼ିକର ପରିଚାଳନା, ସଂକ୍ରମଣ ପ୍ରତିରୋଧ ପଦକ୍ଷେପ, କୃଷି ଓ ଜୀବିକା କାର୍ଯ୍ୟକ୍ରମକୁ ପୁନଃକି୍ରୟାଶୀଳ କରିବା, ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତିା

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟର ବିଭିନ୍ନ ସୀମା ଚେକ୍‍ ପଏଣ୍ଟରୁ ସେମାନଙ୍କ ରାଜ୍ୟ ସୀମା ନିକଟସ୍ଥ ଥିବା ଓଡ଼ିଶାର ସୀମା ଚେକ୍‍ ପଏଣ୍ଟଠାରେ ବସ୍‍ ଯୋଗେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛିା ସେମାନଙ୍କର ବସ୍‍ ଖର୍ଚ୍ଚ, ଖାଇବା ଆଦିର ବ୍ୟବସ୍ଥା ସରକାର ବହନ କରୁଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରବାସୀମାନଙ୍କ ପାଇଁ ହେଉଥିବା ସମସ୍ତ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପା=ିରୁ ଅର୍ଥରାଶି ପ୍ରଦାନ କରାଯାଉଛିା

 ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତିା ଆଜି ୧୫,୩୬୦ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତିା ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୧,୧୫,୩୯୦ ଜଣ ଫେରିଛନ୍ତିା ସେମାନେ ବସ୍‍, ଟ୍ରେନ୍‍ ଓ ଅନ୍ୟ ଯାନବାହନରେ ଆସିଛନ୍ତିା

 କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୭୯୫ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ମୋଟ ୬,୨୮,୬୮୬ ଶଯ୍ୟାର ବ୍ୟବସ୍ଥା କରାଯାଇଛିା

 ଆଜି ରାଜ୍ୟର ୪୭୨୧ ଗ୍ରାମ ପଞ୍ଚାୟତରେ ୩,୨୧,୦୮୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୩୧,୨୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା

 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୪ରୁ ମଇ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୨ଟି ମାମଲା ଦାୟର କରାଯାଇଛିା ସେଥିରୁ ୧୦ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୨ଟି ହୋମ୍‍ କ୍ୱାରାଣ୍ଟାଇନ୍‍ ଉଲ୍ଲଂଘନ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୩୦ ଜଣଙ୍କୁ ଗିରଫ କରାଯାଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୮୧,୯୧୯ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୭୨ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
୧୬୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
୩ ଜଣ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫୦୩ ରହିଛିା
୬୩୯ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ ଜଣ କୋଭିଡ-୧୯ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା ସେମାନଙ୍କ ମଧ୍ୟରେ ୬୦ ଜଣ କ୍ୱାରାଣ୍ଟାଇନ୍‍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଜଣେ କଣ୍ଟାକଫ ଟ୍ରେସିଂରୁ ଚିହ୍ନଟ ହୋଇଛନ୍ତି । ଏହା ପ୍ରଭାବୀ କ୍ୱାରାଣ୍ଟାଇନ୍‍ ନିୟମାବଳୀର ଅନୁପାଳନ ଫଳରେ ସମ୍ଭବ ହୋଇଛିା

Leave A Reply