ନିମାପଡା,୧୫ା୫ା:ଆଜି ମଧ୍ୟାହ୍ନରେ ନିମାପଡା ଗଡଅଣ୍ଢିଆ ଗ୍ରାମ ଶଶ୍ମାନରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି ।ଗୁରୁବାର ସଂଧ୍ୟାରେ ଭବନେଶ୍ୱର କ୍ୟାପିଟାଲ ହସପିଟାଲରେ ପଦ୍ମଶ୍ରୀ ଭାବାନୀ ପଟ୍ଟନାୟକଙ୍କ ୯୯ବର୍ଷରେ ଦେହାନ୍ତ ହୋଇଥିଲା ।ଆଜି ଦିନ ୧୧ଟା ସମୟରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କ ପାର୍ଥିବ ଶରୀର ନିମାପଡା ଏନ୍ଏସି ଅନ୍ତର୍ଗତ ତାଙ୍କ ଜନ୍ମସ୍ଥାନ ଗଡଅଣ୍ଢିଆ ଗ୍ରାମକୁ ଆସିଥିଲା ।
ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ନିମାପଡା ମହାବିଦ୍ୟାଳୟ,ସହୀଦ ଭବନ ଓ ବଜାର ପରିକ୍ରମା କରାଯାଇ ତାଙ୍କ ଜନ୍ମସ୍ଥାନ ଗଡଅଣ୍ଢିଆ ଗ୍ରାମକୁ ନିଆଯାଇଥିଲା ।ବିଶ୍ୱହିନ୍ଦୁ ପରିଷଦ,ନିମାପଡା କୋର୍ଟ ଠାରେ ଓକିଲ ସଂଘ,ସୁରକ୍ଷା ପ୍ରକଳ୍ପସ୍ତରୀୟ ମହିଳା ମହାସଂଘ ନିମାପଡା,ନଗର ବିଜେଡି,ଯୁବ ବିଜେଡି,କଂଗ୍ରେସ,ବିଜେପି,ସିପିଆଇ, ବ୍ଲକ,ତହସିଲ କାର୍ଯ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ନିମାପଡା ହାଇସ୍କୁଲ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ସାଇ ମନ୍ଦିର ଟ୍ରଷ୍ଟ,ମୋହରୀର ସଂଘ,ନିମାପଡା ଗ୍ରାମବାସୀ,ନିମାପଡା ବ୍ୟବସାୟୀ ସଂଘର କର୍ମକର୍ତାମାନେ ଶ୍ରୀ ପଟ୍ଟନାୟକଙ୍କ ପାର୍ଥିବ ଶରୀରରେ ଫୁଲ୍ଲମାଳ ଦେଇ ଅନ୍ତିମ ଦର୍ଶନ କରିଥିଲେ ।
ଭବାନୀ ବାବୁ ଅମର ରହେ ସ୍ଲୋଗାନରେ ନିମାପଡା ଅଂଚଳ ପ୍ରକମ୍ପିତ ହୋଇଉଠିଥିଲା ।ତାଙ୍କ ପାର୍ଥିବ ଶରୀରକୁ ନିଜ ଗାଁ ପରିକ୍ରମା କରାଯାଇ ଶ୍ମଶାନକୁ ନିଆଯାଇଥିଲା ।ଅନ୍ତ୍ୟେଷ୍ଠି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ,କ୍ରୀଡା ମନ୍ତ୍ରୀ ତୁଷାରକାନ୍ତୀ ବେହେରା,ବିଧାୟକ ଅତନୁ ସବ୍ୟସାଚୀ ନାୟକ,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାଶ ବର୍ମା,ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ,ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା,ପୁରୀ ଜିଲ୍ଲା କଂଗ୍ରେସ କମିଟୀର ସଭାପତି ଅମୟ ପଟ୍ଟନାୟକ,ପୂର୍ବତନ ବିଧାୟକ ବାଇଧର ମଲ୍ଲିକ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ ନାୟକ,ଖଦୀ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ,ଜାତୀୟ ଗାନ୍ଧୀ ଫାଉଣ୍ଡେସନ ଓଡିଶା ରାଜ୍ୟ ସଂପାଦକ ବିରୁପାକ୍ଷ ତ୍ରିପାଠୀ,ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ,ଏସ୍ପି ଉମାଶଙ୍କର ଦାଶ ପ୍ରମୁଖଙ୍କ ସମେତ ବହୁ ରାଜନେତା,ବିଶିଷ୍ଟ ବ୍ୟକ୍ତି ସମାଜସେବୀ ପହଂଚି ଫୁଲ ତୋଡା ଦେଇ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ପୁଲିସ ବାହିନୀ ପକ୍ଷରୁ ତାଙ୍କୁ ଗାର୍ଡଅଫ ଅର୍ନର ଦିଆଯାଇଥିଲା ।ବଡପୁଅ ସୁବାଷ ଚନ୍ଦ୍ର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।ଶ୍ରୀ ପଟ୍ଟନାୟକଙ୍କ ଶବାଧାରରେ ପୂର୍ବତନ ନଗରପାଳ ସନାତନ ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ଖଟୋଇ,ବିଜେଡି ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ସଂପାଦକ ସନ୍ତୋଷ ଓଝା,ସହୀଦ ସ୍ମୃତି ସଂସଦର ସଂପାଦକ ବେଣୁଧର ସେନାପତି,ବ୍ଲକ ବିଜେଡି ସଭାପତି ଅଶୋକ ସାହୁ,ନିମାପଡା ବ୍ଲକ କଂଗ୍ରେସ କମିଟୀର ପୂର୍ବତନ ସଭାପତି ଜୟଦେବ ବରାଳ,ଜିଲ୍ଲାପରିଷଦସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା,ପୂର୍ବତନ ନଗରପାଳ ଅଜୟ କୁମାର ଭୋଇ,ନିମାପଡା କଲେଜ ଅଧ୍ୟକ୍ଷ ରାଜକିଶୋର ରଥ,ପିପିଡବ୍ଲୁଓର ମୁଖ୍ୟ ରାଜକିଶୋର ସାବୁତ,ଆଇନଜୀବୀ ସୁଧିର ମହାନ୍ତି,ରଣଜିତ ସାହୁ,କୃଷକନେତା କୃଷ୍ଣଚନ୍ଦ୍ର ରାଉତ,ସନାତନ ପାତ୍ର,ବରିଷ୍ଠନେତା ନବଘନ ବଳ,ସନ୍ତୋଷ ଦାଶ,ନିମାପଡା ବ୍ୟବସାୟୀ ସଂଘର ସଭାପତି ପଦ୍ମଚରଣ ସାହୁ,ଗୈାରାଙ୍ଗ ସାହୁ,ବ୍ୟବସାୟୀ ମହେନ୍ଦ୍ର ସିଂ ଭାଟିଆ,ନିମାପଡାର ରାଜା ଶରତ ଚନ୍ଦ୍ର ସିଂଦେଓ,ଗଡଅଣ୍ଢିଆ ଗ୍ରାମ ମଙ୍ଗଳ ସମିତିର ସଂପାଦକ ବିଜୟ କୁମାର ପାତ୍ର,ଦିଲ୍ଲୀପ ପାତ୍ର,ବିଶ୍ୱହିନ୍ଦୁ ପରିଷଦର ଉମାଶଙ୍କର ଆଚାର୍ଯ୍ୟ,ସହୀଦ ସ୍ମୃତି ସଂସଦର ସଭ୍ୟ ନରହରୀ ସ୍ୱାଇଁ,ଗଦାଧର ପରିଡା,ଦୟାନିଧି ସାହୁ,ପ୍ରମୁଖ ଫୁଲ୍ଲମାଳ ଦେଇ ଶେଷ ଦର୍ଶନ କରିଥିଲେ ନିମାପଡ ତହସିଲଦାର,ବିଡିଓ ମନୋଜ ବେହେରାଏସ୍ଡିପିଓ ପ୍ରଦୀପ ଦଳାଇ,ଆଇଆସି ଜନାର୍ଦ୍ଦନ ପାଢୀ ପ୍ରମୁଖ ଉପସ୍ଥିତଥିଲେ ।
ଶେଷକୃତ୍ୟ ସମୟରେ ସ୍ୱର୍ଗତ ପଟ୍ଟନାୟକଙ୍କ ସାନପୁଅ ସୁରେଶ ଚନ୍ଦ୍ର ପଟ୍ଟନାୟକ,ଝିଅ,ନାତି,ନାତୁଣୀ ପ୍ରମୁଖ ଯୋଗଦେଇଥିଲେ ।ପୁରୀ ଜିଲ୍ଲା ଔଷଧ ସଂଘ ଓ ରାଜ୍ୟ ହୋମିଓ ପାଥିକ ଚିକିସôିକ ସଂଘର ସଭାପତି ନେତ୍ରାନନ୍ଦ ଭୋଇ ଭବାନୀ ବାବୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।ପଦ୍ମଶ୍ରୀ ସ୍ୱର୍ଗତ ପଟ୍ଟନାୟକ ୧୯୨୨ ମସିହା ମେ ୧୧ ତାରିଖରେ ପୁରୀ ଜିଲ୍ଲା ଗଡଅଣ୍ଢିଆ ଗ୍ରାମରେ ପିତା ନାରାୟଣ ଓ ମାତା କୁମୁଦିନୀଙ୍କ ଔରଷରୁ ଜନ୍ମ ଗ୍ରହଣ କରିଥିଲେ ।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସେ ସତ୍ୟାଗ୍ରହ ଆନେ୍ଦାଳନରେ ସାମିଲ ହୋଇଥିଲେ ।ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅନ୍ତରଙ୍ଗ ସହେଯାଗୀ ଥିଲେ ସ୍ୱର୍ଗତ ପଟ୍ଟନାୟକ ।ତାଙ୍କୁ ନିମାପଡାର ଗାନ୍ଧୀ ଭାବେ ଅଭିହୀତ କରାଯାଉଥିଲା ।
ସେ ୩ଥର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।ସ୍ୱର୍ଗତ ଶ୍ରୀ ପଟ୍ଟନାୟକ ବିଭିନ୍ନ ସାମାଜିକ ଅନୁଷ୍ଠାନର ବହୁ ପଦପଦବୀରେ ରହି କାର୍ଯ୍ୟ ସୁଚାରୁରୁପେ ତୁଲାଇଥିଲେ ।ଚାଷୀ,ନିଶା ନିବାରଣ,ଭଷା ଆନେ୍ଦାଳନ,ପରିବେଷ ସୁରକ୍ଷା ଦିଗରେ ସେ କାର୍ଯ୍ୟକରିଥିବା ବେଳେ ଯୁବ ବର୍ଗଙ୍କ ପାଇଁ ପ୍ରେରଣାର ଉସô ପାଲଟିଥିଲେ ।ନିମାପଡା କଲେଜର ପ୍ରତିଷ୍ଠାତା ସଦସ୍ୟ ଥିଲେ ।ଇଂରେଜ ମାନଙ୍କ ସହିତ ଲଢେଇ କରି ସେ ଅନେକ ଥର ଜେଲ ଦଣ୍ଡ ଭୋଗ କରିଛନ୍ତି ।
୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ନିଜ ଗ୍ରାମ ଗଡଅଣ୍ଢିଆରେ ସେ ଭୂମିଦାନ କରିବାରୁ ସେହି ସ୍ଥାନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖୋଲା ଯାଇଅଛି ।ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ଦେଶ ତଥା ରାଜ୍ୟ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମତବ୍ୟକ୍ତ କରିଛନ୍ତି ।