Odisha news

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

0

ପିପିଲି ୧୫/୫, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସରେ ୨୪ଜଣ ଶ୍ରମିକଙ୍କୁ ବିହାର ଓ ପଶ୍ଚିମବଙ୍ଗ ରାଜ୍ୟକୁ ପିପିଲି ପୁଲିସ ସହେଯାଗରେ ପଠାଯାଇଛି । ସେମାନେ ନିଜ ଭିଟାମାଟିକୁ ଚାଲିଚାଲି ଯିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ରହିଥିବା ବେଳେ ପିପିଲି ପୋଲିସର ପ୍ରଚେଷ୍ଟାରେ ଏକ ସ୍ୱତନ୍ତ୍ର ବସରେ ଯୋଗାଇ ଦିଆଯାଇଛି ।

ପୁରୀ ଜିଲ୍ଲା ପ୍ରଶାସନ ଓ ପିପିଲି ପୁଲିସ ର ଜୟଜୟକାର କରି ସେମାନେ ବସରେ ନିଜ ରାଜ୍ୟକୁ ଫେରିଛନ୍ତି । ବସଟି ସମସ୍ତଙ୍କୁ ନେଇ ଶୁକ୍ରବାର ସକାଳ ପ୍ରାୟ ସାଢେ ଆଠଟା ସମୟରେ ପିପିଲି ଥାନା ଛାଡିଛି । ଏହି ବସରେ ବିହାର ଔରଙ୍ଗାବାଦର ଜଣେ ମହିଳାଙ୍କ ସମେତ ୭ଜଣ ଓ ପଶ୍ଚିମବଙ୍ଗ ମୁର୍ଶିଦାବାଦର ୧୭ଜଣ ଶ୍ରମିକ ରହିଛନ୍ତି ।

ବସ ସେମାନଙ୍କ ରାଜ୍ୟର ସୀମାରେ ଛାଡିବ ବୋଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନରେ ଏହି ଶ୍ରମିକମାନେ ଜାତୀୟ ରାଜପଥରେ ଭୁବନେଶ୍ୱର ଅଭିମୁଖେ ଚାଲିଚାଲି ଯାଉଥିବାବେଳେ କୌଶଲ୍ୟାଗଙ୍ଗ ଠାରେ ଥିବା ଜିଲ୍ଲା ପ୍ରବେଶ ପଥର ପୁଲିସ ଚେକ୍ପୋଷ୍ଟଠାରେ ପୁଲିସ ନଜରରେ ଆସିଥିଲେ । ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ପିପିଲିଥାନା ରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ସହ ସେମାନଙ୍କ ସଂପର୍କରେ ପଚାରି ବୁଝିଥିଲେ ।

ଥାନା ଅଧିକାରୀ ଶ୍ରୀସାହୁ ଜିଲ୍ଲା ପ୍ରଶାସନକୁ ଏସଂପର୍କରେ ଅବଗତ କରାଇବା ପରେ ସେମାନେ ନିଜ ରାଜ୍ୟକୁ ଫେରିବା ନେଇ ସୁଚନା ମିଳିଥିଲା । ପୁରୀ ଏସପି ଡଃ. ଉମାଶଙ୍କର ଦାଶ ଓ ଜିଲ୍ଲାପାଳ ବଲବନ୍ତ ସିଂ ଙ୍କ ନଜରକୁ ଅଣାଯାଇ ସବୁ ସମସ୍ୟାର ସମାଧାନ ହୋଇ ପାରିଥିବା ଶ୍ରୀ ସାହୁ ସୁଚନା ଦେଇଛନ୍ତି ।

ଜିଲ୍ଲା ପ୍ରଶାସନର ନିଦେ୍ର୍ଦଶକ୍ରମେ ଆଂଚଳିକ ପରିବହନ ଅଧିକାରୀ ବସ ଯୋଗାଇଦେଇଥିଲେ । ଆଜି ସକାଳେ ଏହି ଶ୍ରମିକମାନେ ପିପିଲି ଥାନାରେ ସକାଳ ଜଳଖିଆ ଖାଇବା ପରେ ବସ ଯୋଗେ ଯାତ୍ରା ନିଜ ରାଜ୍ୟ ଅଭିମୁଖେ ବାହାରିଥିଲେ । ବସ ରେ ଶ୍ରୀସାହୁ ସମସ୍ତଙ୍କ ପାଇଁ ପିଇବା ପାଣି ବୋତଲ ମଗାଇ ଦେଇଥିଲେ ।ପୁଲିସ ର ଏହି ମହତ୍ୱ କାର୍ଯ୍ୟପାଇଁ ଅଂଚଳରେ ପ୍ରଶଂସା କରାଯାଇଛି ।

Leave A Reply