Odisha news

କୋଣାର୍କ କୁ କେନ୍ଦ୍ର ସରକାର ଆଇକୋନିକ ପ୍ଲେସ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେଇଥିବାରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱାଗତ ।

0

କୋଣାର୍କ:- ଦୀର୍ଘ ଦିନ ର ଦାବି ପରେ ଓ ରାଜ୍ୟ ସରକାର ଙ୍କ ଉଦ୍ୟମ ଯୋଗୁଁ କେନ୍ଦ୍ର ରେ ମୋଦି ସରକାର ବିଶ୍ୱ ଏ÷÷ତିହ୍ୟ କୋଣାର୍କ କୁ ଆଇକୋନିକ ପ୍ଲେସ ର ମାନ୍ୟତା ଦେଇଛନ୍ତି । ଯାହା ଗତ କାଲି ରାଜ୍ୟ ସଭାରେ ବିଜେଡି ସାସଂଦ ଡ.ସସ୍ମିତ ପାତ୍ର ଙ୍କ ପ୍ରଶ୍ନ ରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଙ୍କ ଦ୍ୱାରା ସୂଚନା ଦେଇଛନ୍ତି । ଫଳରେ ଆଗରୁ ସ୍ଥାନ ପାଇଥିବା ୧୭ ଟି ଆଇକୋନିକ ପ୍ଲେସ ମଧ୍ୟରେ ଆଉ ଗୋଟିଏ ସ୍ଥାନ ଯୋଡି ହୋଇଛି ଯାହା କୋଣାର୍କ ସୂର୍ଯ୍ୟମନ୍ଦିର ସ୍ଥାନ ପାଇଛି ।

ଏହି ଖବର ଅଂଚଳରେ ପ୍ରଚାର ହେବା ଦ୍ୱାରା ଅଂଚଳ ବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଅଂଚଳର ବିଭିନ୍ନ ବୁଦ୍ଧିଜିବୀ ସାମାଜିକ ସଙ୍ଗଠନ ଶିକ୍ଷାବିତ ଓ ରାଜନୈତିକ ବ୍ୟକ୍ତି ବିଶେଷ ମାନେ କେନ୍ଦ୍ର ର ଏଭଳି ନିଷ୍ପତି କୁ ସ୍ୱାଗତ କରିବା ସହ ମୋଦି ସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଶେଷ କରି କାକଟପୁର ବିଜେପି ନେତା ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ,କୋଣାର୍କ ବିଜେପି ମଣ୍ଡଳ ସଭାପତି ସୁକାନ୍ତ କୁମାର ନାୟକ, ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ପ୍ରଦୀପ୍ତ କୁମାର ଛାଟୋଇ,ମଙ୍ଗରାଜ ମୁଦୁଲି,ବିଜେପିର ଯୁବସଙ୍ଗଠକ ଗୋପୀନାଥ ସ୍ୱାଇଁ ,କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ,ପି୍ରୟ ରଞନ ରଥ, ଭାଗିରଥୀ ସ୍ୱାଇଁ, ରଘୁନାଥ ମହାପାତ୍ର, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ତି୍ରବିକ୍ରମ ରାମକୃଷ୍ଣ ମହାପାତ୍ର ତଥା କୋଣାର୍କ ଆଂଚଳିକ ବିକାଶ ପରିଷଦ ର ସଭାପତି ସୁବାଷ ନାୟକ ଙ୍କ ସହ କୋଣାର୍କ ବ୍ୟବସାୟ ସଙ୍ଘର ସଭାପତି ପଦ୍ମ ଚରଣ ବେଉରା ପ୍ରମୁଖ କେନ୍ଦ୍ର ସରକାର ଙ୍କ ସହ ରାଜ୍ୟ ସରକାର ଙ୍କୁ ସାଧୁବାଦ ଜଣାଇଛନ୍ତି ।

କୋଣାର୍କ ଆଇକୋନିକ ପ୍ଲେସ ର ମାନ୍ୟତା ପାଇବା ଦ୍ୱାରା ଏହି ଅଂଚଳ ପାଇଁ କେନ୍ଦ୍ର ବଜେଟ ରେ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯାଇ ଅଂଚଳକୁ ଅଧୀକରୁ ଅଧୀକ ସ୍ୱୌନ୍ଦର୍ଯ୍ୟକରଣ ଓ ପା୍ରୟ ୩ କିମି ପର୍ଯ୍ୟନ୍ତ ଭିର୍ତିଭୂମିର ବିକାଶ କରିବାକୁ ଯୋଜନା କରାଯିବ ବୋଲି ଜଣାପଡିଛି । ଯାହା ଦ୍ୱାରା ଏଠାକୁ ଅଧିକ ରୁ ଅଧିକ ପର୍ଯ୍ୟଟକ ଙ୍କ ସଖ୍ୟାଂ ବଢିବା ସହ ଅଂଚଳ ବାସୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ହୋଇପାରିବ । ଏବଂ ଅନ୍ୟ ଆଇକୋନିକ ପ୍ଲେସ ପରି ଏଠାରେ ସମସ୍ତ ସୁବିଦା ଉପଲବ୍ଧ ହୋଇପାରିବ ।

Leave A Reply