Odisha news

ଜିଲ୍ଲାପାଳଙ୍କ ୧୪୪ ଧାରା ଜାରି ନିଦେ୍ର୍ଦଶକୁ ମାନୁ ନାହାଁନ୍ତି ଦିବ୍ୟଜ୍ୟୋତି ସ୍କୁଲ କତ୍ତୃପକ୍ଷ

0

ବେତନଟୀ : ଜାତୀୟ ବିପର୍ଯ୍ୟୟ ସମୟରେ ମଧ୍ୟ ବୈଶିଙ୍ଗା ଥାନା ଅଧୀନ ସର୍ବଣାରେ ଥିବା ଦିବ୍ୟଜ୍ୟୋତି କନଭେଣ୍ଟ କତ୍ତୃପକ୍ଷ କରୋନା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଜାରି ହୋଇ ଥିବା ୧୪୪ ଧାରା ଓ ନିୟମାବଳୀକୁ ଅମାନ୍ୟ କରୁ ଥିବାର ଦେଖା ଯାଇଛି । ଏମାନେ ଏହା କରିବା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି । ସବୁଠି ସ୍କୁଲ ବାତିଲ ହେବା ସହିତ ପରୀକ୍ଷା ଗୁଡିକ ମଧ୍ୟ ହେବ ନାହିଁ ବୋଲି ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି ହେଲେ ଦିବ୍ୟଜ୍ୟୋତି ସ୍କୁଲ କତ୍ତୃପକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାରିପଦା କନଭେଣ୍ଟ ଯିବା ସେଠାରେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ପରେ ସେମାନଙ୍କୁ ବସରେ ଆଣିବାର ଦେଖା ଯାଇଛି ।

ଅନ୍ୟ ପକ୍ଷରେ ବସରେ ଯିବା ଆସିବା କରୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ କିମ୍ବା କୌଣସି ପ୍ରତିଷେଧକ ମୂଳକ ବ୍ୟବସ୍ଥା କରା ଯାଇ ନଥିବାର ଦେଖା ଯାଇଛି । କେତେକ ଛାତ୍ରଛାତ୍ରୀ ନିଜ ନିଜର ରୁମାଲ ସାହାଯ୍ୟରେ ମୁହଁକୁ ଢ଼ାଙ୍କୁ ଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ମାନେ ଖୋଲା ମୁହଁରେ ଥିବାର ଦେଖା ଯାଇ ଥିଲା । ବସର ଡ୍ରାଇଭର, ସହାୟକ ମାନେ ମଧ୍ୟ ବିନା ମାସ୍କରେ ଗାଡିରେ କାର୍ଯ୍ୟ କରୁଛନ୍ତି । ଏହି ବସ ଗୁଡିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଖୋଲା ଯିବା ଆସିବା କରୁ ଥିବା ବେଳେ ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷେଧକ ବ୍ୟବସ୍ଥା ନଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଏଥି ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏବେ ସାଧାରଣରେ ଅସନ୍ତୋଷର କାରଣ ହୋଇଛି । ଏହି ବିଦ୍ୟାଳୟ ଗୁଡିକ ବ୍ୟବସାୟ କରୁ ଥିବା ଜିଲ୍ଲା ପ୍ରଶାସନକୁ ଅସମ୍ମାନ କରିବା ଓ ପ୍ରତିବନ୍ଧକ ନମାନିବା ଆଗକୁ କେବଳ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୁହେଁ ବରଂ ସମ୍ପୃକ୍ତ ଅଞ୍ଚଳ ପାଇଁ ବିପଦର କାରଣ ହୋଇ ପାରେ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରୁଛନ୍ତି ।

ପ୍ରଶାସନ ତରଫରୁ ଏପରି ଛାତ୍ରଛାତ୍ରୀଙ୍କୁ ବସରେ ସଂଘବଦ୍ଧ ଭାବେ ନେଇ ବିନା ପ୍ରତିଷେଧକ ବ୍ୟବସ୍ଥାରେ କଣ ଅନୁମତି ରହିଛି ତାହା ଏବେ ତଦନ୍ତ ସାପେକ୍ଷ ହୋଇ ପଡିଛି । ଅନ୍ୟ ପକ୍ଷରେ ସ୍କୁଲ ବସର ଭାରପ୍ରାପ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବା ପାଇଁ ବସରେ ୯୪୩୯୦୧୭୫୮୮ ନମ୍ବରଟି ଲେଖା ଯାଇଛି । ଏହି ନମ୍ବରଟି ଯୋଗାଯୋଗ ପରିସର ବାହାରେ ଥିବାର ଜଣା ପଡିଛି । ତେବେ ଯଦି କୌଣସି ଛାତ୍ରଛାତ୍ରୀର କୌଣସି ଅସୁବିଧା ହୁଏ ତେବେ ପିତାମାତା ବସ ସହିତ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ । ସ୍କୁଲ କତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply