Odisha news

‘ଟର୍ମିନେଟର୍‌ ଅଫ୍‌ ଇବୋଲା’ ତିଆରିଲେ କରୋନା-ଟୀକା

0

ଚୀନ କରୋନା ଭାଇରସ ଟୀକାର ପରୀକ୍ଷଣ ଆରମ୍ଭ କରିଛି । ଏହା ଚୀନର ପ୍ରଥମ ଭାକସିନ୍‌ ଯାହାକୁ ‘ଟର୍ମିନେଟର୍‌ ଅଫ୍‌ ଇବୋଲା’ କୁହାଯାଇଥିବା ଦେଶର ମୁଖ୍ୟ ଜୈବ-ଯୁଦ୍ଧ ବିଶେଷଜ୍ଞ ଚେନ୍‌ ବୁଇ ତିଆରି କରିଛନ୍ତି । ଇତିମଧ୍ୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଚୀନରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇପାରେ । ସରକାର ତାଙ୍କୁ ଭାକସିନ୍‌ ଟେଷ୍ଟ୍‌ କରିବା ଅନୁମତି ଦେଇଥିବା ଚେନ୍‌ ବୁଇ ଟ୍ୱିଟ୍‌ ଜରିଆରେ ଜଣାଇଛନ୍ତି । ତାଙ୍କ ଟିମ୍‌ ଏହି ଭାକସିନ୍‌କୁ ବହୁ ମାତ୍ରାରେ ଉକ୍ସଊାଦନ ପାଇଁ ତିଆରି କରିସାରିଛି । ମାସକର ଗବେଷଣା ପରେ ଭାଇରସର ଭାକସିନ୍‌କୁ ସଫଳତାପୂର୍ବକ ତିଆରି କରାଯାଇଥିବା କୁହାଯାଉଛି । ଏଥିରେ ଇବୋଲା ଟୀକା ମଦ୍ୟ ଅଧ୍ୟୟନ କରାଯାଇଥିଲା ।

Leave A Reply