Odisha news

୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବର ଦ୍ୱିତୀୟ ସଂଧ୍ୟା ।ଓଡିଶୀ ଭୋକାଲ ରେ ପ୍ରତିଧ୍ୱନିତ ମଂଚ ।

0

କୋଣାର୍କ- ଅର୍କବିହାର ସ୍ଥିତ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଆୟୋଜିତ ହେଉଛି ୩୪ତମ କୋଣାର୍କ ନୃତ୍ୟ ସଙ୍ଗୀତର ତିନି ଦିନିଆ ଶାସ୍ତ୍ରୀୟ ମହାକୁମ୍ଭ । ଏହି ସାଂସ୍କୃତିକ ମହାକୁମ୍ଭର ଗୁରୁବାର ଥିଲା ଦ୍ୱିତୀୟ ସଂଧ୍ୟା । ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ଉକ୍ରଳ ସାମ୍ବାଦିକ ସଂଙ୍ଘ ର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ।ବରିଷ୍ଠ ଓକିଲ ଅଶୋକ ଦାସ,ମର୍ଦଳଗୁରୁ ସଚିତା୍ରନନ୍ଦ ଦାଶ,୍ସ୍ୱର୍ଗତ ପଦ୍ମଶୀ୍ର ଗୁରୁଗଙ୍ଗାଧର ପ୍ରଧାନଙ୍କର ସହଧର୍ମୀଣି ସୁଲୋଚନା ପ୍ରଧାନ,ନାଟ୍ୟମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ,ଯୁଗ୍ମ ସମ୍ପାଦକ ଗୁରୁପଦ ବଳିଆର ସିଂ ଓ ନାଟ୍ୟ ମଣ୍ଡପର ସଭାପତି ଡଃ ରମଣୀ ରଞନ ଜେନା ପ୍ରମୁଖ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ । ପରେ ପରେ ଗୁରୁ ଡଃ ବିଜୟ କୁମାର ଜେନା ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଓଡିଶୀ ଭୋକାଲ ।ଯାହା ର ସୃତିରେ ମଂଚ ପ୍ରତିଧ୍ୱନିତ ହେବା ସହ ଦର୍ଶକ ଙ୍କ ମନକୁ ଛୁଇଁ ପାରିଥିଲା । ଗୁରୁ ବିଚିତା୍ରନନ୍ଦ ସ୍ୱାଇଁ ଏବଂ ସାଥୀ ମାନଙ୍କ ଦ୍ୱାରା ରୁଦା୍ରକ୍ଷ ଫାଉଣ୍ଡେସନ ଭୂବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଓଡିଶୀ । ଶେଷରେ ଦଶଭୂଜା ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦ ରଘୁରାଜପୁର ର କଳାକାର ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଗୋଟିପୁଅ ନୃତ୍ୟ ଯାହା ମଂଚ ତଳର ଦର୍ଶକଙ୍କୁ ବେଶ୍ ଦୀର୍ଘ ସମୟ ବାନ୍ଧି ରଖିଥିଲା । ଏହି କାର୍ଯ୍ୟକ୍ରମକୁ ନାଟ୍ୟମଣ୍ଡପର ସମ୍ପାଦକ ଶିବାଷିଶ ପ୍ରଧାନ, ଯୁଗ୍ମସମ୍ପାଦକ ଗୁରୁପଦ ବଳିଆର ସିଂ,ଗୁରୁ ଜୟକୃଷ୍ଣ ନାୟକ,ନାଟ୍ୟମଣ୍ଡପର ଉପଦେଷ୍ଟା ତି୍ରବିକ୍ରମ ରାମକୃଷ୍ଣ ମହାପାତ୍ର, ଉପସଭାପତି ପ୍ରସନ୍ନ ବେଉରା, ସୁଦେସ୍ନା ସାସମଲ, ଜଟାଧାରୀ ସ୍ୱାଇଁ,ପ୍ରତାପ କାଣ୍ଡ ିଙ୍କ ସହ ସମସ୍ତ କର୍ମକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆସନ୍ତା କାଲି ଏହି ଉତ୍ସବ ଉଦଯାପିତ ହେବ ।

Leave A Reply