Odisha news

ଚୀନ ଜାହାଜକୁ ନେଇ ଧାମରା ବନ୍ଦରରେ “କରୋନା’ଭୟ ଭୟଭୀତ ନହେବାକୁ ପ୍ରଶାସନର ସ୍ପଷ୍ଟିକରଣ

0

ଭଦ୍ରକ,:କରୋନା ଭାଇରସ୍ ଏବେ ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଦେଶର ଜଳପଥ ଓ ସ୍ଥଳପଥ ଦେଇ ଆସୁଥିବା ଚୀନ ସଂକ୍ରମିତ ନାଗରିକ ଭାରତକୁ ଆସୁଛନ୍ତି । ଏମାନଙ୍କ ଚିକିତ୍ସା ପାଇଁ ସବୁ ରାଜ୍ୟରେ ଉଭୟ ଜଳପଥ ଓ ସ୍ଥଳପଥରେ ଜରୁରୀକାଳୀନ ସରକାରଙ୍କ ପକ୍ଷରୁ ପରୀକ୍ଷା ନୀରିକ୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି । ସରକାରୀ, ବେସରକାରୀ ଚିକିତ୍ସା ଳୟରେ ଏଥିପାଇଁ ବ୍ୟାପକ ତପ୍ତରତା ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କରୋନା ସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଏସିଆ ମହାଦେଶର ବୃହତ ବନ୍ଦର ଧାମରା ଠାରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସତର୍କତାମୂଳକ ପଦକ୍ଷେପ ନିଆଯାଇନାହିଁ । ପାରଦ୍ୱୀପ ବନ୍ଦରରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା ଜାରି ରହିଥିବା ବେଳେ ଧାମରା ବନ୍ଦର ଠାରେ କୌଣସି ସମାନ ଧରଣର ବ୍ୟବସ୍ଥା ହାତକୁ ନିଆଯାଇନି । ବନ୍ଦର କର୍ତୃପକ୍ଷ ଚୀନ ଓ ବିଭିନ୍ନ ଦେଶରୁ ଆସୁଥିବା ଜାହାଜରେ ଥିବା କ୍ରୀଉମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ କାହାରି ଭୟାନକ କରୋନା ଭାଇରସ୍ ନଥିବା ରିପୋର୍ଟ ସରକାର ଓ ଜିଲ୍ଲା ପ୍ରଶାସନକୁ ଦେଇଚାଲିଛି । ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଳା ଧାମରା ପୋର୍ଟକୁ ହକଂର ୨ଟି ଜାହାଜ ଲାଗିବା ପରେ ସଂପକ୍ତ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । ତେବେ ଏ ସମ୍ପର୍କରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଜାହଜ ଦୁଇଟି ହକଂର ହୋଇଥିଲେ ମଧ୍ୟ ଏହା ବାଂଲାଦେଶର ଚିତାଗଂଗରୁ ଗତକାଲି ଆସି ଧାମରାରେ ଲାଗିଛି । ଜାହାଜ ୨ଟିରେ ଆସିଥିବା ୪୪ଜଣ କ୍ରୀଉ ହେଉଛନ୍ତି ଚୀନ ନାଗରିକ । ଜାହାଜ ୨ଟିକୁ ଧାମରା ବନ୍ଦରର ଜିରୋ ପଏଂଟରେ ରଖାଯାଇ ନିୟମିତ ଭାବେରେ କ୍ରୀଉ ମେମ୍ବର ମାନଙ୍କର ମେଡିକାଲ ପରୀକ୍ଷା କରାଯାଉଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ କୌଣସି କରୋନା ଭାଇରସ୍ ନଥିବା ବେଳେ ଏହାକୁ ନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର ସ୍ପଷ୍ଟ କହିଛନ୍ତି । ଅନ୍ୟପକ୍ଷରେ ଆଜି ସେ ସ୍ଥାନୀୟ ଅଂଚଳର ଅତିରିକ୍ତ ତହସିଲଦାରଙ୍କୁ ଧାମରା ବନ୍ଦରକୁ ସ୍ଥିତି ଅନୁଧ୍ୟାନ କରିବାକୁ ପଠାଇ ଥିବା କଥା ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply