Odisha news

ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ,  ପ୍ରସାଦ ଓ ପଣା ବଣ୍ଟନ

0
ବାଲିଗୁଡ଼ା : (ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଆଶ୍ୱିନ ମାସର ପ୍ରଥମ ମଙ୍ଗଳବାର ଯାତ୍ରା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମା’ ପାଟଖଣ୍ଡା ମନ୍ଦାର ମାଳିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପ୍ରତ୍ୟୁଷରୁ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ପରେ ମା’ଙ୍କ ମନୋମୁଗ୍ଧକର ମନ୍ଦାର ମାଳିନୀ ବେଶ ଦର୍ଶନ ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ସମାଗମ ବଢ଼ିଥିଲା। କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ବହୁ ଭକ୍ତ ବାଲିଗୁଡ଼ାରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ। ମା’ ଙ୍କ ଦର୍ଶନ ପାଇଁ ଲାଗିଥିବା ଲମ୍ବା ଧାଡ଼ି ମଧ୍ୟରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ମନ୍ଦିର ପରିସରରେ ଦିନତମାମ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇ ଥିଲା। କମିଟିର ସମସ୍ତ ସଦସ୍ୟ ଓ ପୂଜକମାନେ ଉପସ୍ଥିତ ରହି ଯାତ୍ରାର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।
Nalco
Leave A Reply