Odisha news

ଇମ୍ପା ପକ୍ଷରୁ ଗୃହ ପାଳିତ ପ୍ରାଣୀ ଚିକିତ୍ସା ଶିବିର

0

ବ୍ୟାସନଗର: ଇମ୍ଫାର ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା ପଞ୍ଚାୟତର ବାମ୍ବିଲୋ ଗ୍ରାମରେ ଗୃହପାଳିତ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାକ୍ତର ସରୋଜ କୁମାର ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । କୁହିକା ସରପଞ୍ଚ ସୁବାସିନୀ ପାତ୍ର, ପୂର୍ବତନ ସରପଞ୍ଚ ଦୀପକ ନାୟକ, ପୂର୍ବତନ ଜିଲାପରିଷଦ ସଭ୍ୟ ମଙ୍ଗୁଳି ପରିଡ଼ାଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଶିବିରରେ ଯୋଗଦେଇଥିଲେ । ଶିବିରରେ ୧୨ଶହରୁ ଉର୍ଦ୍ଧ ଗାଈ ଗୋରୁ, ଛେଳି, ମେଣ୍ଢାଙ୍କୁ ପ୍ରତିଶେଧକ ଟୀକା ଦିଆଯିବା ସହ ବିଭିନ୍ନ ରୋଗ ମାଗଣାରେ ଚିକିତ୍ସା କରାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା । ସୁକିନ୍ଦା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ଶୁଭେନ୍ଦୁ ରାୟଙ୍କ ନେତୃତ୍ୱରେ ଡ଼ାକ୍ତର ଶୁଭଶ୍ରୀ ନାୟକ, ବେଣୁଧର ଗୁରୁ, ନକୂଳ ପରିଡ଼ା, ମଳୟ ମହାନ୍ତ, ଯଦୁ ହେମ୍ବ୍ରମ ପ୍ରମୂଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଇମ୍ଫାର ବରିଷ୍ଟ ଲୋକ ସଂପର୍କ ଅଧିକାରୀ ଜଗନ ମୋହନ ମଲିକ୍ ଓ ମିଲନ କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିବା ବେଳେ ବିଆଇପିଏଫ ପ୍ରୋଗ୍ରାମ ଅଧିକାରୀ ଦୀପକ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଶମ୍ବୁନାଥ ନାୟକ ପ୍ରମୂଖ ସହଯୋଗ କରିଥିଲେ ।

Leave A Reply