ଖଲ୍ଲିକୋଟ-ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଡି. ଗୁହାରିଆପାଟ ଗ୍ରାମରେ ଆଜି ବିଦ୍ୟୁତ ବକେୟା ଆଦାୟ କରିବାକୁ ଯାଇଥିବା କର୍ମଚାରୀ ଙ୍କ ଉପରେ ଜଣେ ଉପଭୋକ୍ତା ଙ୍କ ପୁଅ କାଠ ଫାଳିଆ ରେ ଆକ୍ରମଣ କରିବାରୁ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି ।ଆଜି ରମ୍ଭା ବିଦ୍ୟୁତ ସବଡିଭିଜନ ର ଏକ ୬ ଜଣିଆ ଟିମ ଡି. ଗୁହାରିଆପାଟ ଗ୍ରାମକୁ ବିଦ୍ୟୁତ ବକେୟା ଆଦାୟ କରିବାକୁ ଯାଇଥିଲେ ।ଉପଭୋକ୍ତା ଲକ୍ଷ୍ମୀ ଯାନୀ ଙ୍କଉପରେ ୧୦ ହଜାର ୨୮୩ ଟଙ୍କା ବାକି ଥିବା ବେଳେସେ ନ ଦେବାରୁ ତାଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଚେଷ୍ଟା କରିବାରୁ ତାଙ୍କ ପୁଅ ବିଦେଶୀ ଯାନୀ ଏକ କାଠ ଫାଳିଆ ରେ ଆକ୍ରମଣ କରିବାରୁ ଲାଇନ ମେନ ଅରକ୍ଷିତ ନାୟକ ଓ କିରାଣୀ ସାଗର କୁମାର ଦାସ ଆହତ ହୋଇଥିବା ଖଲ୍ଲିକୋଟ ଥାନା ରେ ଅଭିଯୋଗ ହୋଇଛି ।ଆଜି ଏ ନେଇ ରମ୍ଭା ଇଲେକ୍ଟ୍ରିକାଲଡିଭିଜନ ଏସ ଡି ଓ ଗୋପାଳ କୃଷ୍ଣ ପାଢ଼ୀ ଖଲ୍ଲିକୋଟ ଥାନା ରେ ଅଭିଯୋଗ ଦାଖଲ କରିଛନ୍ତି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୮୧/୨୦୨୦ ରେ ଏକ ମକଦ୍ଦମା ରୁଜୁ କରାଯାଇଛି ।ଆହତ ୨ କର୍ମଚାରୀ ଙ୍କୁ ରମ୍ଭା ମେଡିକାଲ ରେ ଚିକିତ୍ସା କରାଯାଇଛି