କେନ୍ଦୁଝର : ମହାତ୍ମାଗାନ୍ଧୀ ଗ୍ରାମୀଣ ଶିକ୍ଷା ପରିଷଦ, ଉଚ୍ଚ ଶିକ୍ଷା ବିଭାଗ ଶିକ୍ଷା ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ୱାରା ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ କେନ୍ଦୁଝରରେ ଏକ ଅନୁଷ୍ଠାନ ଭିତିକ କର୍ମଶାଳା ଆୟୋଜିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ପରିଷଦର ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ନରେନ୍ଦ୍ର କୁମାର ସାହୁ ଯୋଗ ଦେଇ ଥିଲେ। ଏଥିରେ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ସହ ସ୍ବଛତା ଓ ଦକ୍ଷତା ବୃଦ୍ଧି ଦିଗରେ କିପରି ସ୍ବାବଲମ୍ବୀ ହୋଇପାରିବେ ଏ ସମ୍ପର୍କରେ ଆଲୋଚନା ସହ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ। ଆଗାମୀ ଦିନରେ ସେମାନେ ତାଙ୍କର ହସ୍ତନିର୍ମିତଦ୍ରବ୍ୟ ତଥା କଳା କୌଶଳକୁ କିପରି ନିଜର ରୋଜଗାର ପନ୍ଥା ଭାବରେ ଚୟନ କରିବେ ସେ ବିଷୟରେ ଅବଗତ କରାଇଥିଲେ। ସେମାନଙ୍କ ହସ୍ତନିର୍ମିତଦ୍ରବ୍ୟ ଗୁଡ଼ିକ ବଜାର ଦ୍ବାରା ପ୍ରଦର୍ଶିତ ହୋଇଥିଲା। ଏହି ସଭା କର୍ମସଂସ୍ଥାନ ଓ ରୋଜଗାର କ୍ଷମ ହେବାର ପ୍ରାସଙ୍ଗିକତା ଉପରେ ଆଧାରିତ ଥିଲା। ଏହି ସଭାକୁ ଅଧ୍ୟାପିକା ଡ଼ ସରିତା ନାୟକ ଆୟୋଜନ କରିଥିବା ବେଳେ ଅଧ୍ୟାପିକା ଡ଼ ଅନୁପମା ଦାସ ସହଯୋଗ କରିଥିଲେ।