ସୋର, ୨୪/୪: ଗତ ବାର ତାରିଖ ଦିନ ସମ୍ବଲପୁର ରେ ହନୁମାନ ଜୟନ୍ତୀ ରାଲି ଚାଲିଥିବା ବେଳେ ହିନ୍ଦୁ ମାନଙ୍କ ଉପରେ ଯୋଜନା ବଧ ଆକ୍ରମଣ ଏବଂ ଚଉଦ ତାରିଖରେ ଜଣେ ବନବାସୀଙ୍କୁ ହତ୍ୟା ଘାଟଣାକୁ ପ୍ରତିବାଦ କରି ହିନ୍ଦୁ ସମାଜ ପକ୍ଷରୁ ସୋର ବ୍ଲକ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି l କେନ୍ଦ୍ରସରକାର ଙ୍କ ଗୁଇନ୍ଦା ସଂସ୍ଥା ସତର୍କ କରିବା ସତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବା ରୁ ଏପରି ହନୁମାନ ଜୟନ୍ତୀ ରାଲିରେ ହିନ୍ଦୁଙ୍କ ପ୍ରତି ଆକ୍ରମଣ ହୋଇଥିବା ହିନ୍ଦୁ ସମାଜ ଅଭିଯୋଗ ଆଣି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଆକ୍ରମଣ କାରୀଙ୍କ ଉପରେ ପୋଲିସ କୋହଳ ମନଭାବ ଦେଖାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ପୋଲିସ ଗିରଫ କରୁଥିବା ରୁ ଏହାକୁ ବିରୋଧ କରି ଓଡିଶା ର ପ୍ରତ୍ୟକ ବ୍ଲକ ରେ ହିନ୍ଦୁ ସମାଜ ପକ୍ଷରୁ ପ୍ରତିବାଦ କରାଯାଉଥିବା ବେଳେ ଆଜି ସୋର ବ୍ଲକ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l
ହିନ୍ଦୁ ଜାଗରଣ ମଞ୍ଚ ସଂଯୋଜକ ସଞ୍ଜୟ କୁମାର ଦାସ, ବିଜେପି ନେତା ରାକେଶ ମଲିକ, ରବୀନ୍ଦ୍ରକୁମାର ଜେନା, ପୋୖରାଧକ୍ଷ ମାଧବ ଧଡ଼ା, ଈଶ୍ୱର ବେହେରା,ନଳିନୀକାନ୍ତ ମହାପାତ୍ର, ଗିରିଜା ଶଙ୍କର ଧଡ଼ା, ପାରିଷଦ ରଞ୍ଜନ ଦାସଙ୍କ ସମେତ ଶତାଧିକ ହିନ୍ଦୁ ସମାଜ କର୍ମକର୍ତ୍ତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ହିନ୍ଦୁ ମାନଙ୍କ ଉପରେ ଆକ୍ରୋଶ ମୂଳକ ଗିରଫଦାରୀକୁ ବନ୍ଧ କରିବା ପାଇଁ ଏକ ଦାବୀପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସୋର ବିଡ଼ିଓଙ୍କୁ ପ୍ରଦାନ କରିଥିଲେ l