Odisha news

ଅସହାୟ ପିଲାମାନଙ୍କୁ ନେଇ ଫୂଟବଲ ପ୍ରତିଯୋଗିତା କଲେ ଟାଟା ପ୍ଲାଣ୍ଟ ର କର୍ମଚାରୀ !

0
ଡୁବୁରି : ଆକ୍ଟ ଅଫ ରାଣ୍ଡମ କାଇଣ୍ଟନେସ୍ (ଏଆରକେ) ଆନୁକୂଲ୍ୟରେ ଗୋବରଘାଟି ଫେଜ-୧ ଖେଳ ପଡିଆଠାରେ ଦାନଗଦୀ ଓ ସୁକିନ୍ଦା ବ୍ଳକର ଆରବିସି କେନ୍ଦ୍ରରେ
ରହୁଥିବା ଅସହାୟ ପିଲାଙ୍କୁ ନେଇ ଏକ ଆନ୍ତଃ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଟାଟା ଷ୍ଟିଲ ସହାୟତାରେ ଆସ୍କାୟାର ସ୍ୱେଚ୍ଛାସେବୀ ସଂଗଠନ ଦ୍ବାରା ପରିଚାଳିତ ଆରବିସି କେନ୍ଦ୍ରଠାରେ ୧୦୦ ଉର୍ଦ୍ଧ୍ବ ଅସହାୟ ବାଳକ ରହି ଶିକ୍ଷା ଅର୍ଜନ କରିଥାନ୍ତି। ଏହି ଅସହାୟ ପିଲାମାନଙ୍କ ମଧ୍ୟରେ ଟିକିଏ ଖୁସି ବାଣ୍ଟିବାକୁ ଏଆରକେ ର ସଦସ୍ୟମାନେ ପ୍ରକାଶ ଆଚାର୍ଯ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟର ଦୁଇପାଦ ଆଗକୁ ଆସି ଖେଳ ପୋଷାକ, ଜୋତା ଓ ଖେଳ ସାମଗ୍ରୀ ପ୍ରଦାନ କରିବା ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା ଆୟୋଜନ କରିଥିଲେ |
ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ତଥା ସାମ୍ବାଦିକ କପିଳେନ୍ଦ୍ର ମହାନ୍ତ ଏବଂ ବିଜୟ ରଶ୍ମି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଖେଳକୁ ରେଫରି ହେମନ୍ତ କୁମାର ଗଇପାଇ, ସିଦ୍ଧେଶ୍ଵର ଯାମୁଦା, ଗାଦି ଆଙ୍ଗରାଇ ପରିଚାଳନା କରିଥିଲେ। ଉଭୟ ଦଳ ଭଲ ଖେଳ ପ୍ରଦର୍ଶନ କରି ଥିବାରୁ କୌଣସି ଦଳ ଗୋଲ ଦେଇ ପାରିନଥିଲେ ଫଳରେ ଉଭୟ ଦଳକୁ ଯୁଗ୍ମ ବିଜେତା ଭାବେ ଘୋଷିତ ହୋଇଥିବାରୁ ଉଭୟ ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାକୁ ସୁକିନ୍ଦା ବ୍ଲକ ସଂଯୋଜକ ସୁଦର୍ଶନ ପ୍ରଧାନ, ଦାନଗଦୀ ବ୍ଲକ ସଂଯୋଜକ ଆନନ୍ଦ ଗୁଲେ, ଆରବିସି ଇନଚାର୍ଜ ଏସ.କେ ଆଲ୍ଲାମ, ମଙ୍ଗଲ ସିଂ ବାଙ୍କିରା, ସୌମ୍ୟ ରଞ୍ଜନ ସାହୁ, ରଞ୍ଜନ କୁମାର ନାୟକ, ପୁଷ୍ପଲତା ମହାନ୍ତ, ବାସନ୍ତି ତାପେ, ଝୁନୁ ମୁଣ୍ଡା ପ୍ରମୁଖଙ୍କ ସମେତ କେନ୍ଦ୍ରର ସମସ୍ତ କର୍ମଚାରୀ ପରିଚାଳନାରେ କରିଥିଲେ।

Leave A Reply