ଘଷିପୁରା ଭିଟାମାଟିର ସ୍ବାଧୀନତା ସଂଗ୍ରାମୀଙ୍କ ପୁଅ ବଦ୍ରି ପାତ୍ରଙ୍କୁ ଜିତାଇ ଦେବାକୁ ପାଣ୍ଡିଆନଙ୍କ ଆହ୍ୱାନ ବରପଦାରେ ବିଶାଳ ଜନସମୁଦ୍ର
କେନ୍ଦୁଝର : ଘଷିପୁରା ନିର୍ବାଚନ ମଣ୍ଡଳୀ ବରପଦା ଠାରେ ୫ ଟି ସଚିବ ଭି କେ ପାଣ୍ଡିଆନ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସି ତେଲକୋଇ, ଚମ୍ପୁଆ, ପାଟଣା,ଓ ଘଷିପୁରା ନିର୍ବାଚନ ମଣ୍ଡଳୀରେ ତୋଫାନି ଗ୍ରସ୍ତ କରି ନିର୍ବାଚନ ସଭାରେ ଯୋଗଦେଇଛନ୍ତି। ଅପରାହ୍ନ ୫ ଟା ବେଳେ ହେଲିକପ୍ଟର ଯୋଗେ ଘଷିପୁରା ନିର୍ବାଚନ ମଣ୍ଡଳୀ ବରପଦା ଠାରେ ଆୟୋଜିତ ବିଜେଡି ନିର୍ବାଚନ ସଭାରେ ଯୋଗ ଦେବାକୁ ଆସି ପହଞ୍ଚିବାପରେ ଶ୍ରୀ ପାଣ୍ଡିଆ ଙ୍କୁ ଉଛସିତ ସମ୍ବର୍ଦ୍ଧନା ଗ୍ୟାମ୍ପନ କରାଯାଇଥିଲା । ତାଙ୍କ ସହିତ ହେଲିକପ୍ଟରେ ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଓ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଆସିଥିଲେ। ସଭାସ୍ଥଳରେ ପହଞ୍ଚାଇବା ପରେ ହଜାର ହଜାର ମା ମାଉସୀ ଓ କର୍ମୀ ଯୁବ ଛାତ୍ର ଛାତ୍ରୀ ଓ ମା ମାଉସୀ ମାନଙ୍କୁ ପାଣ୍ଡିଆନ ସଭା ମଧ୍ୟ ସ୍ଥଳକୁ ଯାଇ ହାତ ମିଳାଇଥିଲେ । ସଭାସ୍ଥଳ ଖୁସିରେ ଲହରୀରେ ପ୍ରକମ୍ପିତ ହୋଇ ଉଠିଥିଲା । ପାଣ୍ଡିଆନ ଓ ବଦ୍ରି ପାତ୍ରଙ୍କୁ ଝିଣ୍ଡାବାଦ ସ୍ଵରରେ କର୍ମୀ ମାନେ ସଭାସ୍ଥଳକୁ ପାଛୋଟି ନେଇଥିଲେ। ଆୟୋଜିତ ସଭାରେ ଉଦ୍ ବୋଧନ ଦେଇ କହିଥିଲେ ଯେ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ପାଇଁ ଅନେକ ଜନହିତକର ଯୋଜନା କରିବା ସହିତ ରାଜ୍ୟରେ ମମତା ଯୋଜନା, ଲକ୍ଷ୍ମୀ ବସ୍,ବିଏସ୍ କେ ୟୈଇ କାଡ, କାଳିଆ ଯୋଜନା ପରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଲୋକପ୍ରିୟ ହୋଇପାରିଛନ୍ତି। ନିର୍ବାଚନ ପରେ ରାଜ୍ୟ ବାସୀଙ୍କୁ ବିଦୁତ ବିଲ ଛାଡ କରିବା ନିଷ୍ପତ୍ତି ନେବାପରେ ବିରୋଧୀମାନଙ୍କର ମୁଣ୍ଡବ୍ୟଥାର କାରଣ ହୋଇପଡିଛି । ଏଭଳି ଐତିହାସିକ ନିଷ୍ପତି ନେଇଥିବାରୁ କେନ୍ଦ୍ରରୁ ପ୍ରଧାନ ମନ୍ତ୍ରୀ ସମେତ ଅନ୍ୟ ମନ୍ତ୍ରୀମାନେ ବାର ବାର ଓଡ଼ିଶା ଗ୍ରସ୍ତ କରୁଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଉପସ୍ଥିତ କର୍ମୀମାନଙ୍କୁ ପାଣ୍ଡିଆନ ଆହ୍ୱାନ ଦେଇ କହିଥିଲେ ଯେ ଚଳିତ ନିର୍ବାଚନରେ ବଦ୍ରି ପାତ୍ରଙ୍କୁ ବିପୁଳ ଭୋଟରେ ବିଜୟୀ କରାଇଲେ ନୂତନ ସରକାର ଗଠନ ହେଲେ ପୂନରବାର ଏହି ସଭାସ୍ଥଳରେ ପହଞ୍ଚିବାକୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଘଷିପୁରା ବିଧାୟକ ବଦ୍ରି ପାତ୍ର ଏହି ଭିଟାମାଟିର ସନ୍ତାନ ତଥା ଗଡ଼ବାନ୍ଦଗୋଡା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ କ୍ଷମାକର ପାତ୍ରଙ୍କ ପୁତ୍ର ଭାବେ ପରିଚିତ। ସେ ଏହି ନିର୍ବାଚନ ମଣ୍ଡଳୀରୁ ୫ ଥର ବିଜୟୀ ହେବାପରେ ଷଷ୍ଠଥର ନିର୍ବାଚନ ଲଢୁଛନ୍ତି। ତାଙ୍କ ବିରୁଦ୍ଧରେ ଏହି ନିର୍ବାଚନରୁ ବାର ମ୍ବାର ହାରିବା ପରେ ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ପରିତ୍ୟାଗ କରି ଭଦ୍ରକ ଯାଇଛନ୍ତି । ତାଙ୍କର ସାନଭାଇ ସୈ।ମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ରୁ ବିଜେଡି ବିଧାୟକ ଭାବେ ବିଜୟୀ ହୋଇଥିଲେ। ଦଳବିରୋଧୀ କାର୍ଯ୍ୟପାଇଁ ବିଜେଡି ଦଳରୁ ବହିଷ୍କୃତ ହୋଇଥିଲେ। ଶେଷରେ ଅସହାୟ ଅନୁଭୋବ କରି ଘଷିପୁରାରେ ବିଧାୟକ ଭାବେ ଲଢ଼ୁଛନ୍ତି। ସେ ଜଣେ ସଂପୂର୍ଣ୍ଣ ବିଦେଶୀ ହୋଇଥିବାରୁ ତାଙ୍କର ଏଠାରେ ଲଢ଼ିବାର ଅଧିକାର ନାହିଁ ସେ କଳାଟଙ୍କା ମାଧ୍ୟମରେ ନିର୍ବାଚନ ଲଢୁଥିବାରୁ ତାଙ୍କୁ ଏଠାରୁ ହଟାଇ ଦେବାକୁ କର୍ମୀ ମାନେ ଶପଥ ନେବାକୁ କର୍ମୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ସଭାକୁ ଘଷିପୁରା ବିଜେଡି ଦଳ ନେତୃବୃନ୍ଦ ଶୃଙ୍ଖଳାର ସହ ପରିଚାଳନା କରିଥିଲେ।