ବ୍ରହ୍ମପୁର,୨୨।୫: ୧୯୯୮ ଜୁନ ୧୮ ତାରିଖରେ ଟାଟା କମ୍ପାନୀ ପକ୍ଷରୁ ସିନ୍ଧିଗାଁ ଠାରେ ଜମି ଅଧିଗ୍ରହଣ ବେଳେ ବୋମା ମାଡରେ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଛତ୍ରପୁରର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡିବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ଜେଲରୁ ମୁକୁଳିଛନ୍ତି ା ତାଙ୍କୁ ୨ ମାସ ପାଇଁ ହାଇକୋର୍ଟରୁ ଆନ୍ତରୀଣ ଜାମିନ ମିଳିଛି ା ଆଜି ଶ୍ରୀ ରେଡ୍ଡିଙ୍କ ସମେତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏନ. ଦିଲିପ ରେଡ୍ଡି ଓ ଡି. କାମରାଜୁ ବର୍ମା ମଧ୍ୟ ଜେଲରୁ ବାହାରକୁ ବାହାରିଛନ୍ତି ା ଆଗାମୀ ଦିନରେ ଅନ୍ୟ ୧୦ ଜଣ ଦୋଷୀ ମଧ୍ୟ ଜାମିନରେ ମୁକୁଳିବେ ବୋଲି ଜଣାପଡିଛି ା ସୂଚନାଥାଉକି, ରିଜର୍ଭ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟଣାକୁ ନେଇ ୧୯୯୮ରେ ଜମି ଅଧିଗ୍ରହଣ ବେଳେ ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ା ଏହି ସମୟରେ ବୋମା ମାଡ ଯୋଗୁ ରିଜର୍ଭ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଯାଇଥିଲା ା ସେତେବେଳେ ଛତ୍ରପୁର ଥାନାରେ ମୋଟ ୨୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ା ଏହି ମାମଲାରେ ବିଚାରଣା କରୁଥିବା ବ୍ରହ୍ମପୁର ସ୍ଥିତ ଅତିରିକ୍ତ ଜିଲା ଜଜ-୩ ତଥା ସାଂସଦ ଓ ବିଧାୟକଙ୍କ ମାମଲା ବିଚାରଣା ପାଇଁ ଥିବା ସ୍ବତନ୍ତ୍ର କୋର୍ଟ ୨୦୨୩ ଜୁଲାଇ ୩୧ ତାରିଖରେ ଚୁଡାନ୍ତ ରାୟ ପ୍ରକାଶ କରି ଶ୍ରୀ ରେଡ୍ଡିଙ୍କ ସମେତ ମୋଟ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ାପରବର୍ତ୍ତୀ ସମୟରେ ଦୋଷୀମାନେ ନିଜ ଓକିଲଙ୍କ ଜରିଆରେ ହାଇକୋର୍ଟରେ ଅପି ଆବେଦନ କରିଥିଲେ ା ନିକଟରେ ହାଇକୋର୍ଟ ସେହି ଆବଦେନର ଶୁଣାଣି କରି ସମସ୍ତ ଦୋଷୀଙ୍କୁ ୮ ସପ୍ତାହ ତଥା ୨ ମାସ ପାଇଁ ଆନ୍ତରୀଣ ଜାମିନ ପ୍ରଦାନ କରିଥିଲେ