ପାରାଦୀପ : ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକା ରେ ଫିଲିପାଇନ୍ସ ନାଗରିକ ଙ୍କ ମୃତ୍ୟୁ | ଆଙ୍କରେଜ ରେ ବନ୍ଦର କୁ ଆସିବାକୁ ଅପେକ୍ଷାରେ ଥିବା ଇଉକା ଡି ଭେସେଲ ନାମକ ପଣ୍ୟବାହୀ ଜାହାଜ ରେ ସେ କିୟୁ ମେମ୍ବର ଥିଲେ | ତାଙ୍କ ନାମ ହେଉଛି କ୍ୟୁରିୟୋ ଏରାଲ୍ ୱିଲଲେହାମ୍ ଆଜାରକନ୍ ବୋଲି ଜଣାପଡିଛି | ତାଙ୍କର ମୃତ୍ୟୁ କିଭଳି ହେଲା ସେନେଇ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଆଉ କିଛି ତାକୁ ନେଇ ନାନା ଆଲୋଚନା ସ୍ରୁଷ୍ଟି ହୋଇଛି | ପୋଲିସ ପାଖରେ ଲିଖିତ ଅଭିଯୋଗ ପହଂଚିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ଓ ପୋଲିସ ଏକ ବୋଟ ରେ ଯାଇ ଶବ କୁ ଜବତ କରି କୂଳ କୁ ଆଣିଛି | ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ଛି |