Odisha news

ବାଙ୍କୀରେ ସଂତୃପ୍ତ ଓ ଦେବୀରଞ୍ଜନଙ୍କ ଶକ୍ତି ପ୍ରଦର୍ଶନ

ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ପ୍ରଭାତଙ୍କ ନିବେଦନ

0
କଟକ,୨୧ା୫ : ବାଙ୍କୀ ବ୍ଲକ ଅନ୍ତର୍ଗତ ୩୪ନମ୍ବର ଜୋନ୍‌‌ର ୬ଟି ପଞ୍ଚାୟତରେ ଆଜି ବିଜେଡି ସାଂସଦ ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଜୋରଦାର ପ୍ରଚାର କରିଛନ୍ତି। ଉଭୟ ପ୍ରାର୍ଥୀ ମୋଟର ସାଇକେଲ ଶୋଭାଯାତ୍ରାରେ ବୁଲି ଭୋଟରଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ଆଜି ଉଭୟ ପ୍ରାର୍ଥୀ ପ୍ରଥମେ ବୈଦ୍ୟେଶ୍ୱର ପଞ୍ଚାୟତ ଅନ୍ତର୍ଗତ ବୈଦ୍ୟନାଥ ଠାକୁରଙ୍କୁ ପୂଜାର୍ଚ୍ଚନା କରି ମୋଟର ସାଇକଲ୍‌‌ ଶୋଭାଯାତ୍ରାରେ ବାହାରିଥିଲେ। ବୈଦ୍ୟେଶ୍ୱର ପଞ୍ଚାୟତ, ବଳଭଦ୍ରପୁର, ଜଗନ୍ନାଥପୁର, କେନ୍ଦୁପଲ୍ଲି, କାଳିପୋଇ ଏବଂ ପୁଇଁଚା ପଞ୍ଚାୟତର ପ୍ରତି ଘରକୁ ଘର ବୁଲି ଲୋକମାନଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ଭୋଟରମାନଙ୍କୁ କଟକ ସାଂସଦ ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ ବାଙ୍କୀ ବିଧାନସଭା ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଜୟଯୁକ୍ତ କରାଇବା ପାଇଁ ଅନୁରୋଧ କରିଥିଲେ। ଏହି ଶୋଭାଯାତ୍ରରେ ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ସାହୁ, ବାଙ୍କୀ ବିଜୁ ଜନତା ଦଳର ସଭାପତି ଅନନ୍ତ ଚରଣ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାହ୍ନୁଚରଣ ସିଂହ, ବାଙ୍କୀ ବ୍ଲକ ଯୁବବିଜେଡି ସଭାପତି ସୁବାସ ସ୍ୱାଇଁ, ଡମପଡ଼ା ବ୍ଲକ ଯୁବବିଜେଡି ସଭାପତି ଭାଗୀରଥି ପାଣି, ବିଜେଡି ନେତା ବିଭୂପ୍ରସାଦ ସାମଲ, ସମରେନ୍ଦ୍ର ମହାପାତ୍ର, ସରପଞ୍ଚ ସୁରଞ୍ଜନ ପଣ୍ଡା, ମହେଶ୍ୱର ମହାପାତ୍ର, ସରପଞ୍ଚ ପ୍ରଦ୍ୟୁମ୍ନ ସୁବୁଦ୍ଧି, ଛାତ୍ରନେତା ସୂର୍ଯ୍ୟକାନ୍ତ ସାହୁ, ଦେବାଶିଷ ସାମନ୍ତରାୟ, ସିନେତାରକା ମଣ୍ଟୁ ଏବଂ ଅଭିନେତ୍ରୀ ଲିପ୍ସା ଉଭୟ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଏଥିରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ କର୍ମୀ ସାମିଲ ହୋଇଥିଲେ।
Govt
Leave A Reply