Odisha news

“ରାଷ୍ଟ୍ର ନିର୍ମାଣ ଅଭିଯାନ” ପକ୍ଷରୁ “ବରପୁତ୍ର ବନ୍ଦନ” କାର୍ଯ୍ୟକ୍ରମ

0

କେନ୍ଦ୍ରାପଡା ୧୨-୧: ଧୂଳି ଓ ଆବର୍ଜନା ଭିତରେ ଆଉ ହନ୍ତସନ୍ତ ହେବେନି ବରପୁତ୍ରଙ୍କ ପ୍ରତିମୂର୍ତ୍ତି । ମାଟି କାଦୁଅରେ ଲଟପଟ ହୋଇ ବିକୃତ ଦିଶିବନି ଦେଶପ୍ରେମୀଙ୍କ ଆବକ୍ଷ ଓ ସମ୍ପୁର୍ଣ୍ଣ ପ୍ରତିମୂର୍ତ୍ତି । କାରଣ ଏବେ ଆଉ ବର୍ଷରେ ଥରେ ନୁହଁ ବରଂ ପ୍ରତି ସପ୍ତାହରେ ସଫା ହେବ କେନ୍ଦ୍ରାପଡା ସହରରେ ଥିବା ମହାମାନବଙ୍କ ପ୍ରତିମୂର୍ତ୍ତି । ଅଗ୍ରଣୀ ସାମାଜିକ ସଂଗଠନ “ରାଷ୍ଟ୍ର ନିର୍ମାଣ ଅଭିଜାନ” ପକ୍ଷରୁ କେନ୍ଦ୍ରାପଡା ସହରରେ “ବରପୁତ୍ର ବନ୍ଦନ” ନାମକ ଏକ ନିଆରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଅନୁଷ୍ଠାନର ସଦସ୍ୟମାନେ ପ୍ରତି ସପ୍ତାହରେ ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତିକୁ ପରିଷ୍କାର ପରିଚ୍ଛନ୍ନ କରିବେ ବୋଲି ସଦସ୍ୟ ମାତୃଦତ୍ତ ମହାନ୍ତି ପ୍ରକାଶ କରିଛନ୍ତ । ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡଠାରେ କରାଯାଇଛି । ଅନୁଷ୍ଠାନର ସଦସ୍ୟମାନେ ପୁରୁଣା ବସଷ୍ଟାଣ୍ଡରେ ସକାଳେ ପହଞ୍ଚô ପ୍ରଥମେ ଦେଶ ବନ୍ଦନା କରିଥିଲେ ।

ପରେପରେ ତିଲକ ଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ପୁରୁଣା ବସ ଷ୍ଟାଣ୍ଡରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ,ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଡକ୍ଟର ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ପାଣି ମାରି,କପଡା ଘସି ସମ୍ପୁର୍ଣ୍ଣ ପରିଷ୍କାର କରିଥିଲେ । କେବଳଯେ ମୂର୍ତ୍ତି ଗୁଡିକ ସଫାସୁତୁରା କରାଯାଇଥିଲା ତାହା ନୁହେଁ ବରଂ ମୁର୍ତ୍ତି ଚର୍ତୁପାଶ୍ୱରେ ଥିବା ଅଳିଆ ଆବର୍ଜନାକୁ ମଧ୍ୟ ସଫା କରାଯାଇଥିଲା । ତେବେ ସହରର ତିନିମୂହାଣୀ,ବାଇପାସ ରୋଡ,ଗରାପୁର ଚ୍ଛକ,ତୁଳସୀ ମହିଳା କଲେଜ,ମେଡିକାଲ ଛକ,ତହସିଲ ଅଫିସ ଛକ ପ୍ରଭୃତି ଅଞ୍ଚଳରେ ଥିବା ପ୍ରତିମୂର୍ତ୍ତି ଗୁଡିକୁ ମଧ୍ୟ ସଫା କରାଯିବ । ଏହା ସହିତ ମହାପୁରୁଷଙ୍କ ମୂର୍ତ୍ତୀ ସ୍ଥାପନ ହୋଇଥିବା ସ୍ଥାନରେ ଅଳିଆ ଆବର୍ଜନା, ପାନ ପିକ ଓ ଅଇଁଠା ପତ୍ର ଇତ୍ୟାଦି ନ ପକାଇବା ପାଇଁ ମଧ୍ୟ ଜନସଚେତନତା ସୃଷ୍ଟି କରିବା ଅନୁଷ୍ଠାନର ଲକ୍ଷ୍ୟ । ଅନୁଷ୍ଠାନର ସଦସ୍ୟ ପଙ୍କଜ ସିହ୍ନାଙ୍କ ନେତୃତ୍ୱରେ ଆୟୋଜିତ ରଶ୍ମି ରଞ୍ଜନ ସ୍ୱାଇଁ, ବିକାଶ ସ୍ୱାଇଁ, ପ୍ରମୁଖ ସାମିଲ ହୋଇଥିଲେ ।

Nalco
Leave A Reply