କେନ୍ଦ୍ରାପଡା, ୧୨/୧- ଅଯୋଦ୍ଧାର ଶ୍ରୀରାମ ଜନ୍ମଭୂମୀରେ ଏକ ଭବ୍ୟ ବିଶ୍ୱ ସ୍ତରୀୟ ତୀର୍ଥକ୍ଷେତ୍ର ମନ୍ଦିର ନିର୍ମାଣ କରାଯିବ । ଗତବର୍ଷ ଏନେଇ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ୫ଜଣିଆ ଖଣ୍ଡପୀଠ ଚୁଡାନ୍ତ ନ୍ୟାୟ ଦେବାପରେ ମନ୍ଦିର ନିର୍ମାଣ ନିମନ୍ତେ ପଥ ସୁଗମ ହୋଇଛି । ଏଥିନିମନ୍ତେ ଗଠିତ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଭାରତବର୍ଷର କୋଟି କୋଟି ରାମଭକ୍ତଙ୍କ ସହାୟତା ଲୋଡିଛି ।
ପ୍ରତି ରାଜ୍ୟରେ ଗଠିତ ଶ୍ରୀରାମ ମନ୍ଦିର ନିଧି ସମର୍ପଣ ସମିତି ଏଥିନିମନ୍ତେ ୧୫ଦିନ ବ୍ୟାପି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଆଗାମୀ ମକର ସଂକ୍ରାନ୍ତୀ ଠାରୁ ଭକ୍ତ ଅଭିଯାନ ଆରମ୍ଭ ହୋଇ ଜାନୁଆରୀମାସ ୩୦ତାରିଖରେ ଶେଷ ହେବ । ସୋମବାର ପୂର୍ବାହ୍ନରେ ସମିତିର କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ଅଭିଯାନର ଶୁଭ ଉଦଘାଟନ କରାଯାଇଛି । ସମିତି ପକ୍ଷରୁ ଗଠିତ ସଂଚାଳନ ଟିମର ସଂଯୋଜନ ମହନ୍ତ ହୃଷିକେଶ ପସ ମହାରାଜାଙ୍କ ପୈାରହିତ୍ୟରେ ସ୍ଥାନୀୟ ନୃସିଂହ ଟିକିରି ମଠ ପରିସରରେ ଏକ ଭବ୍ୟ ପରିବେଶରେ ଭଗବାନ ଶ୍ରୀରାମଙ୍କ ପୂଜାଅର୍ଚ୍ଚନା ଓ ହୋମ ଯଜ୍ଞ କରାଯାଇ ଅଭିଯାନର ଶୁଭାରମ୍ଭ କରାଯାଇଛି ।
ଏଥିରେ ଜିଲ୍ଲାର ବହୁ ମଠ, ମନ୍ଦିର, ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ, ସାହିତି୍ୟକ ଓ ସାଂସ୍କୃତିକ କର୍ମୀମାନେ ଯୋଗଦେଇ ନିଧି ସଂଗ୍ରହ ଅଭିଯାନକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ସହ ଜିଲ୍ଲାର ପ୍ରତି ପରିବାରକୁ ଅଭିଯାନ ସହ ଯୋଡିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଚାଳନ ସମିତିର ସଦସ୍ୟ ଭାବେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଅନିର୍ବାଣା ଗିରି, ସ୍ୱାମୀ ଆନନ୍ଦାନନ୍ଦ ଗିରି, ସ୍ୱାମୀ ବିଶ୍ୱରୂପାନନ୍ଦ ଗିରି, ମହନ୍ତ ପରାସର ଦାସ ମହାରାଜ, ନବକିଶୋର ଦାସ ମହାରାଜ, ସ୍ୱାମୀ ଯଶୋଦାନନ୍ଦ ମହାରାଜ ଅଧିକାରୀ, ଅଚୁ୍ୟତାନନ୍ଦ ଦାସ ମହାରାଜନ୍ତି ପ୍ରମୁଖ ଉପସ୍ଥିତ ରହି ନିଧର ସଂଗ୍ରହ ଅଭିଯାନରେ ଜନସହଭାଗୀତା ଉପରେ ବକ୍ତବ୍ୟ ରଖିବା ସହ ଅଯୋଦ୍ଧାରେ ବିଶ୍ୱ ସ୍ତରୀୟ ପ୍ରମୁଖ ତୀର୍ଥକ୍ଷେତ୍ର ଶ୍ରୀରାମ ମନ୍ଦିର ନିର୍ମାଣରେ ପ୍ରତି ଗାଁକୁ ଯୋଡାଯାଇ ପାରିଲେ ଏହାଏକ ଗୈାରବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଶ୍ରୀରାମଙ୍କ ଜନ୍ମଭୂମୀରେ ଭବ୍ୟ ମନ୍ଦିର ନିର୍ମାଣରେ ସମସ୍ତେ ସମର୍ପିତ ଭାବନାର ସହ କାର୍ଯ୍ୟକଲେ ହିଁ ଏହା ଗତ ୪୯୨ବର୍ଷ (୧୫୨୮ମସିହାରୁ – ୨୦୨୦)ମଧ୍ୟରେ ବଳିଦାନ ନେଇଥିବା ୪ଲକ୍ଷରୁ ଉଦ୍ଧ୍ୱର୍ ରାମଭକ୍ତମାନଙ୍କ ନିମନ୍ତେ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସଂଘଠନ ମନ୍ତ୍ରୀ ଆନନ୍ଦଜୀ ପାଣ୍ଡେ କହିଥିଲେ ।