Odisha news

ଅନ୍ଧ ପ୍ରଶାସନ ଆଇନ ମୁକ : କିଏ ବୁଝିବ ଦୁଷ୍କର୍ମା ପୀଡିତା ଙ୍କ ଦୁଃଖ

0

କଣାସ ତା-୨୩/୦୬/୨୦୨୦ (ସମୀର କେଶରୀ ବଳିୟାରସିଂହ) :  ନିରୀହ ଅସହାୟ ଜନସାଧାରଣ ମାନଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ପୋଲିସ ପ୍ରଶାସନ କୁ ଦାଇତ୍ୱ ଦିଆଯାଇଛି। ଏହି ଦାଇତ୍ୱ ରୁ ଯଦି ସେ ନିବୃତ୍ତ ହୁଅନ୍ତି ତାହେଲେ ଆଇନ ର ଲମ୍ବା ହାତ ଦ୍ୱାରା ତାହାକୁ ଦମନ କରାଯାଇ ଦୋଷୀ କୁ ଦଣ୍ଡ ଓ ନିର୍ଦୋଷ କୁ ନ୍ୟାୟ ଦେବା ହେଉଛି ଆମ ସମ୍ବିଧାନର ନିୟମ। ମାତ୍ର ଏଠି ସବୁ ଓଲଟ ପାଲଟ ହୋଇଯାଉଛି, ମୁନାଫାଖୋର ପ୍ରଶାସନ ପ୍ରଭାବଶାଳି ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ନୀରବ ରହୁଥିଲା ବେଳେ ଆଇନ  ଏଠି ମୁକ ପାଲଟିଯାଉଛି।  ଯାହାଫଳରେ ଜଣେ ନିରୀହା ଦୁଷ୍କର୍ମା ପୀଡିତା ନ୍ୟାୟ ନପାଇ ପରିବାର ଉପରେ ବୋଝ ପାଲଟି ଯାଇଛି। ଅନାଇ ରହିଛି ସେଇ ସମୟକୁ କେବେ ମିଳିବ ତାକୁ ନ୍ୟାୟ ? ଏଭଳି ଏକ ଦୁଃଖଦ ଚାଞ୍ଚଲ୍ୟକର ଘଟଣା ଘଟିଛି ପୁରୀ ଜିଲ୍ଲା ଅନ୍ତର୍ଗତ ଜୋରକଣି ଗ୍ରାମରେ ।

ପ୍ରକାଶ ଯେ ଜୋରକଣି ଗ୍ରାମର ରବୀନ୍ଦ୍ର ମଲିକଙ୍କ ୧୯ବର୍ଷୀୟା କନ୍ୟା ଛଦ୍ମନାମ ଭାନୁପ୍ରିୟା ମଲିକ ଜଣେ ଖନୀ କଲୁଣି ଝିଅ ଅଟେ। ରବୀନ୍ଦ୍ର ଝିଅ ର ବାହାଘର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଘୋରଡ଼ିଆ ଗ୍ରାମର ରବୀନ୍ଦ୍ର ମଲିକ (ଏକା ନାମ ଦୁଇ ସମୁଦି) ପୁତ୍ର ପ୍ରଶାନ୍ତ ମଲିକ ସହିତ ହିନ୍ଦୁ ଧର୍ମର ସମସ୍ତ ରୀତିନୀତି ଅନୁଯାଇ କରିଥିଲେ। ଝିଅ ର ବାହାଘରର ୨ମାସ ୧୨ଦିନ ପରେ ଶାରୀରିକ ସମସ୍ୟା ଉପୁଜିବାରୁ ଝିଅର ବାପା ରବୀନ୍ଦ୍ରଙ୍କୁ ଡକାଇ ଝିଅର ଶାଶୁଘର ଲୋକଙ୍କ ସହିତ ଡାକ୍ତରଙ୍କୁ ଦେଖାଇବା ପରେ ଜଣାପଡିଥିଲା ଯେ ରବୀନ୍ଦ୍ର ଝିଅର ୩ମାସ ୭ ଦିନର ଛୁଆ ପେଟରେ ରହିଛି ।

ଏହାପରେ ରବୀନ୍ଦ୍ର ସମୁଦିଙ୍କୁ କହିଥିଲା ମୋ ଝିଅର ତ ଅସୁବିଧା ହୋଇଛି ତେଣୁ ମୁଁ ତାକୁ ମୋ ଘରକୁ ନେଇଯାଉଛି। ମାତ୍ର ଶାଶୁଘର ଲୋକେ ବୋହୁ ପେଟର ଛୁଆକୁ ନଷ୍ଟ କରିଦେଲେ ଯାଇଁ ବୋହୁ କୁ ଘରେ ରଖିବେ ବୋଲି କହିବାରେ ଝିଅକୁ ମେଡିକାଲ ରବୀନ୍ଦ୍ର ର ନବା ବାଟରେ ଗର୍ଭଟି ନଷ୍ଟ ହୋଇ ଆପେ ଆପେ ଖସିପଡିଥିଲା। ଏହି ଘଟଣା ବେଳେ ଉଭୟ ପକ୍ଷ ଉପସ୍ଥିତ ଥିଲେ। ଆଗପରି ଶାଶୁଘର ଦିନ କେଇଟା ବିତାଇବା ପରେ ଭାନୁପ୍ରିୟା କୁ ଶାଶୁଘର ଲୋକେ ବାରମ୍ବାର ନିର୍ଯାତନା ଦେଇ ମରଣାନ୍ତକ ଆକ୍ରମଣ କରିଥିଲେ। ଝିଅର ଏ ଘଟଣା ଶୁଣି ବାପା ରବୀନ୍ଦ୍ର ସମୁଦି ଘରକୁ ଯିବାପରେ ଶାଶୁଘର ଲୋକେ ବୋହୁ କୁ ରଖିବେ ନାହିଁ ବୋଲି ରୋକଠୋକ ମନାକରି ଜବରଦସ୍ତ ଛାଡି ଦେବାରେ ରବୀନ୍ଦ୍ର ବାଧ୍ୟ ହୋଇ ଝିଅକୁ ଆଣି ଆସିଥିଲା।

ଏହାର ମାତ୍ର କେଇଟା ଦିନପରେ ଜ୍ୱାଇଁ ପ୍ରଶାନ୍ତ ମଲିକ ଶଶୁର ଘର ଯାଇ ସ୍ତ୍ରୀ ସହିତ ରହିଥିଲା। କେତେଟି ମାସ ଏକାଠି ସ୍ୱାମୀ ସ୍ତ୍ରୀ ରହିବା ପରେ ଭାନୁପ୍ରିୟା ଙ୍କ ଗର୍ଭରେ ଏକ ସନ୍ତାନ ରହିଥିଲା। ବାହାରକୁ ଯାଇ କମ୍ପାନୀ ରେ କାମ କରିବ ଓ ସ୍ତ୍ରୀ କୁ ପାଖରେ ରଖିବ କହି ପ୍ରଶାନ୍ତ ଶଶୁର ରବୀନ୍ଦ୍ରଙ୍କ ଠାରୁ କିଛି ଟଙ୍କା ନେଇ  ଯାଇ ପ୍ରାୟ ୨ବର୍ଷ ହେବ ଆଉ ଧରାଛୁଆଁ ଦେଉନାହିଁ। ବିଚରା ବୁଢ଼ା ବାପ ବାରମ୍ବାର ଘୋରଡ଼ିଆ ସମୁଦି ଘରକୁ ଯାଇ ଯେତେ କାକୁତିମିନତି ହେଲେ ମଧ୍ୟ ସେମାନେ ପରର ପ୍ରରୋଚନାରେ ପଡି ବୋହୁ କୁ ନେବେ ନାହିଁ କହି ଓଲଟା ରବୀନ୍ଦ୍ର କୁ ମାଡ଼ ମାରିବା ସହିତ ବାଟରେ ଘାଟରେ ଦେଖିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ରବୀନ୍ଦ୍ର ଙ୍କୁ ବାରମ୍ବାର ଆକ୍ରମଣ ଧମକ ଚମକ ଦେବାରୁ ରବୀନ୍ଦ୍ର କଣାସ ଥାନା , ଡେଲାଙ୍ଗ ଥାନା, ପୁରୀ ଏସପି,ପୁରୀ ଜିଲ୍ଲାପାଳ, ମାନବ ସମ୍ବଳ ଅଧିକାର ଆଇନ ଭୁବନେଶ୍ୱର ଓ ମୋ ସରକାର ଙ୍କୁ ଜଣାଇଥିଲେ ମଧ୍ୟ ନ୍ୟାୟ ନପାଇ ଘରେ ବସି ରହିଛନ୍ତି। ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବାସଗୃହ ଆଗରେ ପରିବାର ସହ ଆତ୍ମହୁତି ଦେବେ ବୋଲି ନିଷ୍ପତି ନେଇଛନ୍ତି।

ଏପଟେ ଏହି ଘଟଣା ର ମୁଖ୍ୟ ଖଳନାୟକ ଜୋରକଣି ଗ୍ରାମର ସଚିନ ମଲିକ ଯେ କି ଖନୀ କାଳୁଣୀ ଭାନୁପ୍ରିୟା କୁ ବିବାହ ହେବାର ପ୍ରତିସୁତି ଦେଇ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପରିବାର ର କିଛି ସ୍ତ୍ରୀ ଲୋକଙ୍କ ସହାୟତରେ ଦୁଷ୍କର୍ମକରି ଭାନୁପ୍ରିୟାର ଜୀବନ ନଷ୍ଟ କରି ଓଲଟା ସଚିନ ଓ ତାର ପରିବାର ଲୋକ ଗାଁ ରେ ଟାହିଟାପରା କରି ବାଟ ଚଳାଇ ଦେଉନାହାନ୍ତି ପୀଡିତାର ପରିବାର କୁ। ପୀଡିତ ର ୪ମାସର ଝିଅ ଜନ୍ମ ହୋଇ ସାରିଥିବାରୁ ଗୋଟିଏ ପଟେ ଜୋରକଣି ଗ୍ରାମର କିଛି ଅସମାଜିକ ବ୍ୟକ୍ତି ଆଉ ଗୋଟିଏ ପଟେ ପୀଡିତା ର ଶଶୁର ଘରେ ଲୋକେ ଉଭୟ ମିଳିମିଶି ଚକ୍ରାନ୍ତକରି ଅସହାୟ ପୀଡିତା ର ବାପା ରବୀନ୍ଦ୍ର ଙ୍କୁ ଜୀବନରେ ମାରିଦେବାକୁ ବାଟ ଘାଟରେ ମାରଣା ଅସ୍ତ୍ର ଧରି ବୁଲୁଛନ୍ତି। ବାରମ୍ବାର କଣାସ ଥାନାକୁ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ତୁରନ୍ତ ପ୍ରଶାସନ ନ୍ୟାୟ ଦେଇ ସମ୍ପୃକ୍ତ ଦୋଷୀ ମାନଙ୍କୁ ଦଣ୍ଡ ଦେବାକୁ ରବୀନ୍ଦ୍ର ର ପରିବାର ଲୋକ ଅଡ଼ିବସିଛନ୍ତି।

Leave A Reply