Odisha news

କଣାସ କଲେଜରେ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

0

କଣାସ,୨/୦୧ : କଣାସ କଲେଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶୀତ ନୂଆ-ଓ କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟ ଓ କ୍ରିୟାକଳାପ। ଏହି କାର୍ଯ୍ୟକ୍ରମର ଭାରପ୍ରାପ୍ତ ଅଧିକାରୀ ଅଧ୍ୟାପକ ପ୍ରଭାସ ମଙ୍ଗରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମାପିତ ହୋଇଛି। ଏହି ତାଲିମ ଶିବିରକୁ କଣାସ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ଜୟସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନା କରିଥିବାବେଳେ ସମ୍ମାନିତ ଅତିଥିଭାବେ କଲେଜ ଅଧ୍ୟକ୍ଷ ବନବିହାରୀ ସାହୁ, ନୋଡାଲ ଅଫିସର ଉମେଶ ପଟ୍ଟଯୋଶୀ, ଅଧ୍ୟାପକ ନିରଞ୍ଜନ ସ୍ୱାଇଁ, ଗଦାଧର ଶତପଥୀ, ଅକ୍ଷୟ ସ୍ୱାଇଁ ଓ ଅଧ୍ୟାପିକା ସନ୍ନମିତା ହାତୀ ଯୋଗଦେଇଥିଲେ। କଣାସ ପଞ୍ଚାୟତ ଫାୟାର ଅଫିସର ଓ ତାଙ୍କର ଦଳମିଶି ବିପର୍ଯ୍ୟୟ ମୁକାବିଲା ର ବିଭିନ୍ନ କୋୖଶଳର ଡେମୋ ଦେଖାଇ ଛାତ୍ରଛାତ୍ରୀ ମନଙ୍କୁ ବାସ୍ତବ ଜ୍ଞାନପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମୁଦାୟ ୬୫ଜଣ ଅଂଶଗ୍ରହଣ କରିଥିଲେ। କଲେଜ ର ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

Govt
Leave A Reply