କନ୍ଧମାଳ (ଦୀପକ ଠାକୁର) -କଳାହାଣ୍ଡି ସୀମାନ୍ତ ସିର୍କି ଜଙ୍ଗଲରେ ମାଓ ଅପରେସନ ଚାଲିଥିବାବେଳେ 5 ମାଓବାଦୀ ନିହତ ହୋଇଥିବା ଖବର ଆସିଛି। କଳାହାଣ୍ଡି ପୋଲିସ ଦ୍ବାରା ଡିଭିଏଫ ଓଏସ୍ଓଜିର ମିଳିତ ଅପେରସନକୁ ଜୋରଦାର କରାଯାଇଛି।
ଆଜି ସକାଳେ 11ଟା ସମୟରେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା।
ଉଭୟପଟୁ ଗୁଳି ବିନିମୟ ବେଳେ 5 ମାଓବାଦୀ ନିହତ ହୋଇଥିବା ସୂଚନା କଳାହାଣ୍ଡି ଏସପି ଦେଇଛନ୍ତି। ଅପରେସନ ସମୟରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବା ସମୟରେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଅପରେସନ ଜାରି ରହିଥିବା ଜଣାଯାଏ।