Odisha news

ପୁଣି ରୁଦ୍ଧଦ୍ଵାର ବୈଠକ ରେ ଏକତ୍ରିତ ହେଲେ ବିଧାୟିକା ଙ୍କ ବିରୋଧି

0

ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଙ୍କ ବିରୋଧି ଙ୍କ ଏଟଯୁଟ ନେଇ ଚର୍ଚ୍ଚା । ‌ଏଥର ଖାଲି ରାଜା ନୁହନ୍ତି ।‌‌ ସାମିଲ ହୋଇଛନ୍ତି ହେଵିଓ୍ଵୈଟ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଓ‌ ଚିଲିକା ଉନ୍ନୟନ ର୍କୃପକ୍ଷଙ୍କ ଉପଦେଷ୍ଟା ଉତ୍କଳ କେଶରୀ ପରିଡ଼ା । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ଉତ୍କଳ କେଶରୀ ପରିଡା ଓ ଶ୍ରୀ ରାଜେଶ ଦାସଙ୍କ ସମର୍ଥକ ଗରଦପୁର ଅଞ୍ଚଳର ବରିଷ୍ଠ ଆଗ ଧାଡ଼ିର କିଛି ସରପଞ୍ଚ,ସମିତି ସଭ୍ୟ,ପୂର୍ବତନ ସରପଞ୍ଚ,ପୂର୍ବତନ ଜିଲ୍ଲାପରିସଦ ସଭ୍ୟ,ପୂର୍ବତନ ବ୍ଳକ ଅଧକ୍ଷ ଓ ଵର୍ତମାନ ବ୍ଳକ ଅଧକ୍ଷଙ୍କ ସ୍ଵାମୀ ଙ୍କ ସମେତ ବହୁ ବିଜେଡି ସମର୍ଥକ ଏବଂ ମୁରବୀମାନଙ୍କୁ  ଗରଦପୁର ବ୍ଲକ ରେ ଥିବା ଜଳସେଚନ ବିଭାଗର ‌ଡାକବଙ୍ଗଳାରେ ଦୀର୍ଘ  ୨ ଘଂଟାରୁ ଉର୍ଦ୍ଧ ରୁଦ୍ଧଦ୍ଵାର ବୈଠକ ସହ‌ ଆଲୋଚନା ଦେଖିବାକୁ ମିଳିଥିଲା। ତେବେ ଏହି ବୈଠକରେ  ଏକାସାଙ୍ଗରେ ଉତ୍କଳ ଓ ରାଜାଙ୍କ ଉପସ୍ଥିତ ସାରା ପାଟକୁରା ରେ ଚର୍ଚ୍ଚା ଜୋର ଧରିଛି ।

ପୂର୍ବତନ ବିଧାୟକ ସ୍ଵର୍ଗତ ବେଦପ୍ରକାଶ ଅଗ୍ରୱାଲ ଙ୍କ‌ ଏକାନ୍ତ ଥିବା ରାଜା  ଯାହାଙ୍କୁ ବିଧାୟିକା ଙ୍କ ନିର୍ବାଚନ ରେ ଦୂର‌ଇ ରଖାଯାଇଥିଲା ଓ ଜିଲ୍ଲା ବିଜେଡି ସଭାପତି ଉତ୍କଳ ଯିଏକି ସୂର୍ଗତ ଵେଦୁଵାଵୁଙ୍କ ଜଣାଶୁଣା ଵିରୋଧୀ‌ ସେମାନଙ୍କ  ରୁଦ୍ଧଦ୍ଵାର ବୈଠକ କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୋଲି  ପାଟକୁରା ରେ ଆଲୋଚନା ହେଉଛି ।

ତେବେ ବିଧାୟିକା ନିର୍ବାଚନ ପରେ ପାଟକୁରା ନ ଆସିବା ଓ‌ ନିଜର ପୁତ୍ର ସଞ୍ଜୟ ଅଗ୍ରୱାଲ କେତେକ ତଥା କଥିତ କର୍ମୀ ଙ୍କୁ ନେଇ ନିଜସ୍ଵ ସଙ୍ଗଠନ କରିବା ଫଳରେ ଦିନ କୁ ଦିନ ସଙ୍ଗଠନ ଦୃଵଳ ହେବାରେ ଲାଗିଛି । ଏପରିକି ପ୍ରତି କାର୍ଯ୍ୟରେ ପିସି ନେବା ଭଳି ସଙ୍ଗୀନ ଅଭିଯୋଗ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିକଟରେ ପହଞ୍ଚିଥିଵା ନେଇ ଆଲୋଚନା ହୋଇଥିବା ନେଇ ଜଣାପଡ଼ିଛି । ଏପରିକି ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ସମାନ୍ତରାଳ ଭାବେ ବିଭିନ୍ନ ପଞ୍ଚାୟତ ରେ ସରପଂଚ ଓ ସମିତି ସଭ୍ୟ  ପ୍ରାର୍ଥୀ ଦେଇ ବିଧାୟିକା ଙ୍କ ବିରୋଧି ବ୍ଲକ ଅଧ୍ୟକ୍ଷ ପଦବୀକୁ ହାତେଇବାକୁ ଚେଷ୍ଟା କରାଯିବ ବୋଲି ଆଲୋଚନା ହୋଇଥିବା ସୂଚନା ମିଳିଛି ।

ହେଲେ  ବୈଠକରେ ସାମିଲି ହୋଇଥିବା ଯାହାକୁ ପଚାରିବାରୁ ଉତ୍ତର ମିଳୁଛି  ଏମାନେ କୁଆଡେ ଜଗନାଥପୁର ଗ୍ରାମର ଅଲେଖ ଚନ୍ଦ୍ର ବାରିକଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ତେବେ,ପ୍ରଶ୍ନ ଉଠୁଛି ଯଦି ଏମିତି ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ, ତେବେ ଡାକବଙ୍ଗଳାରେ ଦୁଇ ଘଂଟା ଧରି ଏକଜୁଟ ହେବା ଓ ରୁଦ୍ଧଦ୍ଵାର ବୈଠକ କରାଯିବାର ପ୍ରକୃତ ଉଦେଶ୍ୟ କଣ ହୋଇପାରେ ?  ବଡ଼ କଥା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ଓ ତାଙ୍କ ପ୍ରତିନିଧି ପୁଅ  ଉପସ୍ଥିତ ନଥିଲେ ।

ଶୁଣିବାକୁ ମିଳୁଛି ଯେ କୁଆଡେ ଚଳିତ ବନ୍ୟାରେ  ବିଧାୟିକା ଙ୍କ ପୁତ୍ର ସଞ୍ଜୟ ନିଜର ଅନୁଗତ ଙ୍କୁ କାମ ଦେଇ ମୋଟା ଅଙ୍କରେ ପିସି ନେଇଥିବା ଖବର କାଳେ ପାଣ୍ଡିଆନ ସାର ଙ୍କ ନିକଟରେ ପହଞ୍ଚି ସାରିଛି । ତେବେ ସବୁଠାରୁ  ଗୁରୁତ୍ବପୂର୍ଣ୍ଣ କଥା ଏହିସବୁ ଭିତରେ ରୁଦ୍ଧ ଦ୍ଵାର ବୈଠକ ପାଟକୁରା ବିଜେଡିରେ ଫାଙ୍କ ବା ଫାଟକୁ ପଦାରେ ପକାଉନିତ ?  ଆସନ୍ତା ପଞ୍ଚାୟତ ରେ ବିରୋଧୀ ପାଲକୁ ପାଲି ଓଲଟି ପଡ଼ିବନି ତ ? ଏଭଳି ସ୍ଥିତିରେ ପାଟକୁରା ବିଜେଡି ସଂଗଠନ ଗତି କୁଆଡ଼େ ତାହା ଦେଖିବାକୁ ବାକି ରହିଲା ।

Leave A Reply