Odisha news

୯୭ ବର୍ଷରେ ଅଧିକାର ପାଇଁ ପ୍ରଶାସନ ସହିତ ଲଢେଇ : ନ୍ୟାର୍ଯ୍ୟ ଦାବିପାଇଁ ଧାରଣାରେ ବସିଲେ ବୃଦ୍ଧ

0

ନାଉଗାଁ : ନାଉଗାଁ ବ୍ଲକ ଅର୍ନ୍ତଗତ ଦେବୀଦୋଳ ଉପନିବନ୍ଧକଙ୍କ କାର୍ଯାଳୟ ସମ୍ମୁଖରେ ନିଜର ନ୍ୟାର୍ଯ୍ୟ ଦାବିପାଇଁ ଜୈନିକ ୯୬ବର୍ଷିୟ ବୃଦ୍ଧ ଧାରଣାରେ ବସିଥିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଇଛି । ବୃଦ୍ଧ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ସେ ଉକ୍ତ ବ୍ଲକ ଅନ୍ତର୍ଗତ ଓଷକଣା ପଞ୍ଚାୟତ ନୂଆସିଙ୍ଗଡା ଗ୍ରାମର ମାଗୁ ଚରଣ ସ୍ୱାଇଁ ଅଟନ୍ତି । ବୟସର ଅପରାହ୍ନରେ ଧର୍ମପନôୀ ଆରପାରିକୁ ଯିବାପରେ ତାଙ୍କ ପିଲାମାନେ ଏବେ ତାଙ୍କୁ ପଚାରୁନାହାନ୍ତି । ତାଙ୍କର ଶାରିରିକ ଅବସ୍ତା ଏବେ ଭଲ ନଥିବାରୁ ଔଷଧ ଟିକେପାଇଁ ଗ୍ରାମବାସୀମାନେ ପୂର୍ବରୁ ସହେଯାଗ କରୁଥିଲେ ହେଲେ ଏବେ ଆଉ କେହି ପଚାରୁ ନାହାନ୍ତି ।

ବଞ୍ଚିବାପାଇଁ ପଇସାର ଅବଶ୍ୟକତା ରହିଥିବାରୁ ନାତୁଣି ଓ ନାତୁଣି ଜ୍ୱାଇଁଙ୍କୁ ଧରି ନିଜ ନାମରେ ରହିଥିବା ରହିଥିବା କିଛି ଜମି ବିକ୍ରୀକରିବାକୁ ଦେବିଦୋଳ ଉପନିବନ୍ଧକ କାର୍ଯ୍ୟାଳୟକୁ ଆସିଥିଲେ । ମାତ୍ର ବିଡମ୍ବନାର ବିଶୟ ଏଠାରେ ଉପ ନିବନ୍ଧକଙ୍କ ଦାୟୀତ୍ୱରେ ରହିଥିବା ଅଧିକାରୀ ଓ କନିଷ୍ଠ କିରାଣୀ ସାରଦା ପ୍ରସାଦ ମହାନ୍ତି କୌଣଷି କାରଣରୁ ତାଙ୍କୁ ଗତ ୨୧ ତାରିଖ ଠାରୁ ବାରମ୍ବାର ଆଜିଆସ କାଲିଆସ କହି ଭୁତାଉଥିବା ସେ ଅଭିଯୋଗ କରିଛନ୍ତି ।

ଶେଷରେ ତମେ ଏହି ଜମି ବିକ୍ରୀ କରିପାରିବ ନାହିଁ ବୋଲି ତୁମ ପୁଅ ଅଭିଯୋଗ କରିଛି କହି ତାଙ୍କୁ ଉପେକ୍ଷା କରିବାରୁ ନିରାଶ ହୋଇ ମାଗୁ ସେହି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାର ଲୋକମାନଙ୍କୁ ସେବା ଯୋଗାଇ ଦେବା ଉଦେଶ୍ୟରେ ମୋ ସରକାର ଓ ୫ଟି ଭଳି ଆଇନ ପ୍ରଣୟନ କରିଥିôଲେ ମଧ୍ୟ ଏହି କର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ସରକାରଙ୍କ ଏହି ଆଇନକୁ ଆଖିଠାର ମାରି ଏଠାକୁ ଆସୁଥିବା ଲୋକମାନଙ୍କୁ ନାହିଁନଥିବା ହଇରାଣ ହରକତ କରିବା କେତେଦୁର ଠିକ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟପକ୍ଷେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ବାପା ବଞ୍ଚିଥିବା ଅବସ୍ତାରେ ତାଙ୍କ ନାମରେ ରହିଥିବା ସମ୍ପତିରୁ ପୁଅ ଯୋରଜବରଦସ୍ତ ଭାଗ ନେଇପାରିବ ନାହିଁ ବୋଲି ନିଦେ୍ର୍ଦଶ ରହିଥିବା ବେଳେ ନ୍ୟାୟାଳୟର ନିଦେ୍ର୍ଦଶକୁ ମଧ୍ୟ ଏଠାରେ ଉଲଘଂନ କରାଯିବା କେତେଦୁର ଯୁକ୍ତିଯୁକ୍ତ ତାହାର ପ୍ରକୃତ ତଦନ୍ତ କରାଯିବାକୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ ଉକ୍ତ କର୍ଯ୍ୟାଳୟର ଉପନିବନ୍ଧକ ଦାୟୀତ୍ୱରେ ଥିବା ଅତିରିକ୍ତ ତହସିଲିଦାର ନେତ୍ରାନନ୍ଦ ବେହେରାଙ୍କୁ ପଚାରିବାରୁ ଉକ୍ତ ଜମି ବିକ୍ରୀ କରାଇ ନଦେବାକୁ ମାଗୁ ଚରଣ ସ୍ୱାଇଁଙ୍କ ସାନପୁଅ ଅଭିଯୋଗ କରିଛନ୍ତି ତେଣୁ ମୋତେ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ ନିଦେ୍ର୍ଦଶ ନଦେଲେ ମୁଁ ଉକ୍ତ ଜମିକୁ ରେଜେଷ୍ଟି କରିପାରିବି ନାହିଁ ବୋଲି କହିଛନ୍ତି

Nalco
Leave A Reply