Odisha news

ଘରବାଡି ଭାଗ ବଣ୍ଟରାକୁ କେନ୍ଦ୍ରକରି ନିପୁତ୍ରିକ ବୃଦ୍ଧାଙ୍କୁ ହତ୍ୟା ଧମକ୍ : ପୁଲିସ୍ ନିରବଦ୍ରଷ୍ଟା

0

ଜଳେଶ୍ୱର : ଜଳେଶ୍ୱର ବ୍ଲକ ତଥା ରାଇବଣିଆ ଥାନା ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ଗାଁର ପ୍ରଫୁଲ୍ଲ ସେଠୀଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣଙ୍କୁ ତାଙ୍କ ଦିଅର ସାଧୁଚରଣ ଓ ବିପିନ ଜବରଦସ୍ତ ଇଜିମାଲି ସମ୍ପତ୍ତିରେ  ଘର ନିର୍ମାଣ କରୁଥିବା ଏବଂ ବାଡିରୁ ଗଛ ଓ ବାଉଁଶ କାଟିନେଉଥିବା ବେଳେ ରାଇବଣିଆ ପୁଲିସ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅନ୍ୟଏକ ଅଭିଯୋଗ ମୁଖ୍ୟ ମନ୍ତ୍ରୀ ଓ ବାଲେଶ୍ୱର ଏସ୍ପିଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।

ସ୍ୱର୍ଗତ ଚନ୍ଦ୍ର ସେଠୀଙ୍କର ୩ ପୁଅ ଥିବା ବେଳେ ପ୍ରଫୁଲ୍ଲଙ୍କର ଏକମାତ୍ର ଝିଅ ଓ ଜ୍ୱାଇଁଙ୍କୁ ନିଜଘରେ ରଖିଛନ୍ତି । ଏହାକୁ ବିରୋଧ କରି ଅନ୍ୟଦୁଇ ଭାଇ ଓ ତାଙ୍କ ପୁଅମାନେ ଅନ୍ନପୂର୍ଣ୍ଣାଙ୍କୁ ହତ୍ୟା ଧମକ ଦେବାସହ ଘର ପୋଡି ଦେବାର ଧମକ୍ ଦେଇ ଆସୁଛନ୍ତି । ପୂର୍ବରୁ ଏକ ଲିଖିତ ଅଭିଯୋଗ ଥାନାରେ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ କହିଛନ୍ତି । ଆଜି ପୁଣି ପ୍ରତିପକ୍ଷମାନେ ହତ୍ୟା ଧମକ୍ ଚମକ୍ ଦେବାରୁ ସେ ରାଇବଣିଆ ଥାନା, ବାଲେଶ୍ୱର ଏସ୍ପି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟଭିକ୍ଷା କରିଛନ୍ତି ।

Ad2
Leave A Reply