ଜଳେଶ୍ୱର : ଗତ ଶନିବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଡାକବଂଗଳା ପରିସରକୁ ଆସି ଥିଲେ । ତାଙ୍କ ସହିତ ସ୍ଥାନୀୟ ପ୍ରଶାସନ ଥିବାରୁ ଜଳେଶ୍ୱର ଅଂଚଳରେ ବିଭିନ୍ନ ସମସ୍ୟା ନେଇ କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ସାକ୍ଷାତପାଇଁ ଡାକବଂଗଳା ପରିସରକୁ ଯାଇଥିଲେ । ବିଶେଷ କରି ନାମ୍ପୋଠାରୁ ଜଳନିଷ୍କାସନ ଏବଂ ଜଳେଶ୍ୱରର ଯୁବକ ଯୁବତୀଙ୍କ ଲାଗି ଏମ୍ଏସ୍ଏମ୍ଇ ବିଭାଗରୁ ଆର୍ଥୀକ ସହାୟତା ଯୋଗାଇବା ଲାଗି ଶ୍ରୀ ଦାସ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଏଥିନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସୁଦର୍ଶନ ଦାସଙ୍କ ବିଜେପିରେ ଯୋଗାଦାନ ଶୀର୍ଷକ ଏକ ଖବର ଆଜି ପ୍ରକାଶ ପାଇଛି । ଏଥିନେଇ ସେ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିବା ସହ କଂଗ୍ରେସର ନିତୀ ଆର୍ଦଶରେ ବିଶ୍ୱାସ କରି ଆସୁଥିବାରୁ ସେ କଂଗ୍ରେସରେ ରହିଛନ୍ତି ଓ ଭବିଷ୍ୟତରେ ରହିବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି । କଂଗ୍ରେସ ଓ ବିଜେପି କୁ ଦକ୍ଷିଣ ଓ ଉତ୍ତର ମେରୁ ବୋଲି ପ୍ରକାଶ କରି ସେ କଂଗ୍ରସ ବ୍ୟତୀତ ଅନ୍ୟ କୌଣସି ଦଳରେ ସାମିଲ ହେବାର ସମ୍ଭାବନା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ
