Odisha news

ସୁବର୍ଣ୍ଣରେଖା ନଦୀ ଆରପଟେ ଦାନ୍ତୁନ ସଟ୍ଡାଉନ୍ ଘୋଷଣା : ବେଆଇନ୍ଭାବେ ଚାଲିଛି ମାକିଡିଆ ଫେରିଘାଟ , ଅମାନିଆଙ୍କ ଅବାଧ ଚଳପ୍ରଚଳ

0

ଜଳେଶ୍ୱର : ସୁବର୍ଣ୍ଣରେଖା ଆରପଟେ ଦାନ୍ତୁନ ଅଞ୍ଚଳକୁ ପଶ୍ଚିମବଙ୍ଗ ସରକାର ଡେରିରେ ହେଲେ ମଧ୍ୟ ସଟ୍ଡାଉନ୍ ଘୋଷଣା କରିଛନ୍ତି । କିନ୍ତୁ ମାକିଡିଆ ଫେରିଘାଟ ବେଆଇନ୍ଭାବେ ଚାଲିଥିବା ବେଳେ ସେ ଅଞ୍ଚଳରୁ ପ୍ରତିଦିନ ଶହ ଶହ ଅମାନିଆ ଅବାଧରେ ଯାତାୟାତ କରୁଛନ୍ତି । ଏହି ଫେରିଘାଟ ଅର୍ଥ କୁଆଡେ ଯାଉଛି ବୋଲି ଏବେ ପ୍ରଶ୍ନ ଉଠୁଛି । ଗତ କିଛିଦିନ ପୂର୍ବରୁ ମାକିଡିଆ ପଞ୍ଚାୟତରେ କ୍ରମାଗତ ୧୭ଜଣ କରୋନା ପଜେଟିଭ୍ ସଂକ୍ରମିତ ଜଣାଗଲାପରେ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇଥିଲା ।

ସେତେବେଳେ ମଧ୍ୟ ଦାନ୍ତୁନ ଓ ମାକିଡିଆ ଅଞ୍ଚଳର ଲୋକେ ନଦୀ ପାରି ହୋଇ ଯାତାୟାତ କରିଥିବା ଏପରିକି ୨ ଅଂଚଳ ମଧ୍ୟରେ ୮ଟି ବିବାହ ଉସôବ ହୋଇଥିବା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସ୍ଥାନୀୟ ପ୍ରଶାସନର ଉଦାସୀନତା ଯୋଗୁଁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକକୁ ଅବମାନନା କରାଯାଇଥିଲା । ଏବେ ଦାନ୍ତୁନ ଅଞ୍ଚଳରେ ୨୦ଜଣ କରୋନା ପଜେଟିଭ୍ ଦେଖା ଦେଇଥିବାରୁ ସମଗ୍ର ଅଞ୍ଚଳକୁ ସଟ୍ଡାଉନ୍ ଓ ଦାନ୍ତୁନ ସହରକୁ କଣ୍ଟେନ୍ମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । କିନ୍ତୁ ଏହା ସତ୍ତ୍ୱେବି ମାକିଡିଆ ଅଞ୍ଚଳରୁ ଦାନ୍ତୁନକୁ ଯାତାୟାତ ଲାଗି ରହିଛି । ପ୍ରତିଦିନ ଫେରିଘାଟ ପାରିହୋଇ ଶହ ଶହ ଲୋକେ ଯାତାୟାତ କରୁଛନ୍ତି ।

ଏହାକୁ ରୋକାନଗଲେ କେବଳ ମାକିଡିଆ ନୁହେଁ, ରାଇବଣିଆର ବିଭିନ୍ନ ପଂଚାୟତରେ ଅଧିକ କରୋନା ସଂକ୍ରମଣ ହେବାର ସମ୍ଭାବନା ଦେଖାଦେବ । ମାକିଡିଆ ପଞ୍ଚାୟତ ପକ୍ଷରୁ ସେଠାକାର ଫେରିଘାଟ ନିମନ୍ତେ ନିଲାମ ଦିଆଯାଇଥାଏ । ସେହିପରି ପଶ୍ଚିମବଙ୍ଗର ଦାନ୍ତୁନ ପକ୍ଷରୁ ଅନ୍ୟଏକ ନିଲାମ ହୋଇଥାଏ । ଚଳିତବର୍ଷ ମାର୍ଚ୍ଚ ମାସରେ ମାକିଡିଆ ପଂଚାୟତର ନିଲାମ ଶେଷ ହୋଇଥିବା ବେଳେ ଅଦ୍ୟାବଧି ନବୀକରଣ କିମ୍ବା ନିଲାମ ହୋଇନାହିଁ । ଏପରି ନିଲାମ ହୋଇନଥିଲେ ମଧ୍ୟ ପ୍ରତିଦିନ ଫେରିଘାଟ ଚାଲୁଛି । ଫଳରେ ଲୋକେ ଯାତାୟାତ କରୁଛନ୍ତି । ଏଥିସହିତ ପ୍ରତି ବୁଧବାର ଓ ଗୁରୁବାର, ଶନିବାର, ରବିବାର ପ୍ରାୟ ୨୦୦ ଗୋରୁ ଓଡିଶାରୁ ପଶ୍ଚିମବଂଗକୁ ଚାଲାଣ ହୋଇ ଆସୁଛି । ଗୋରୁ ଗୋଟାକୁ ପାରି ପାଇଁ ୨୦୦ଟଙ୍କା ନେଉଥିବା ବେଳେ ଏହି ଅର୍ଥ କାହାପକେଟକୁ ଯାଉଛି ଏଥିପାଇଁ ତଦନ୍ତ ପାଇଁ ଦାବି ହୋଇଛି ।

Leave A Reply