ବାଲେଶ୍ୱର : ରବିବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ବାଲେଶ୍ୱର ପୌରପରିଷଦର ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ କେତେଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
କରୋନାଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସହରର ୧୩ ନମ୍ବର ୱାର୍ଡରେ କାର୍ଯ୍ୟ କରୁଥିବା ଆଶାକର୍ମୀ ଅନ୍ନପୂର୍ଣ୍ଣା ରାଉତ, କାଞ୍ଚନ ଦାସ, ଅଙ୍ଗନୱାଡି କର୍ମୀ ସନ୍ତୋସିନୀ ମଲ୍ଲିକ, ସର୍ମିଷ୍ଠା ପଣ୍ଡା, ଭାରତୀ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସମାଜସେବୀ ସଲିମ୍ ରାଜାଙ୍କ ସମେତ ରିଆ ବାରିକ ଓ ଅନ୍ୟମାନେ ସହଯୋଗ କରିଥିଲେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଅନ୍ୟ ୱାର୍ଡ ମାନଙ୍କରେ ଜାରି ରହିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି
