ପଟ୍ଟାମୁଣ୍ଡାଇ :ସଂପ୍ରତି ବାରମ୍ବାର ଲଘୁଚାପଜନିତ ଲଗାଣବର୍ଷା ଲାଗି ଫଳରେ ପଟ୍ଟାମୁଣ୍ଡାଇ ଧୋୟାଚଂଳରେ ବନ୍ୟା ପରିସ୍ଥିତି ଲାଗି ରହିଛି । ବର୍ଷାର ପ୍ରକୋପ କମିଲେ ବନ୍ୟା ସ୍ଥିତିରେ ସୁଧାର ଆସିବା ସହିତ ବର୍ଷା ଲାଗି ରହିଲେ ବନ୍ୟାରେ ସମଗ୍ର ଅଚଂଳ ବୁଡିଯାଉଛି ।
ବାରମ୍ବାର ଲଗାଣବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଚାଂୟତ ସୁବଳପୁର ଠାରେ ନଦୀବନ୍ଧ ଦୁର୍ବଳ ହୋଇ ଘାଇ ସୃଷ୍ଟି ହୋଇଥିଲା । ଯାହାଫଳରେ ଘାଇ ଯୋଗୁଁ ବନ୍ଧ ଭାଙ୍ଗିବା ଅବସ୍ଥା ସୃଷ୍ଟି ହୋଇ ଅଚଂଳବାସୀଙ୍କ ନିଦ ହଜାଇ ଦେଇଥିଲା ।
ଆଗକୁ ବଡ ବନ୍ୟା ହେଲେ ପରିସ୍ଥିତି ଅଣାୟତ ହୋଇପଡିବ ବୋଲି ଜଣାପଡିବା ପରେ ଅଳପୁଆ ସରପଚଂ ରମେଶ ଦାସ, ସମିତିସଭ୍ୟା ନମିତା ଦାସ. ପଚାଂୟତ ବିଜେଡି ସଭାପତି ସୁକାନ୍ତ ରାଉତ, ପ୍ରଶାନ୍ତ ସ୍ୱାଇଁ, ଗଗନ ମହାଳିକ, ନରେନ୍ଦ୍ର ଧଳ, କୃତିବାସ ସାହୁ, ରବିନ୍ଦ୍ର ଜେନା, ଜାନକୀ ବିଶ୍ୱାଳ, ରବିନ୍ଦ୍ର ଧଳ, ରାମଚନ୍ଦ୍ର ସେଠୀ, ରବିନ୍ଦ୍ର ପରିଡା, ବବୃବାହନ ଧଳ ପ୍ରମୁଖ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସମସ୍ତ ବିଷୟରେ ଅବଗତ ହେବା ପରେ ବିଧାୟକ ଶ୍ରୀବେହେରା ସୁବଳପୁର ଘାଇର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବିଧାୟକଙ୍କ ନିଦେ୍ର୍ଦଶରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି ସୁବଳପୁର ଘାଇ ସ୍ଥିତି ଅନିଧ୍ୟାନ କରିବା ସହିତ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ପାଇଁ ସ୍ଥାନୀୟ ଅଚଂଳବାସୀ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
