Odisha news

ଆଶ୍ରା ଜରାଶ୍ରମରେ ଦାତବ୍ୟ ହୋମିଓପାଥିକ ଚିକିତ୍ସା ଶିବିର

0

ଜଗତସିଂହପୁର/ବିରିଡି : କଟକ ଜିଲ୍ଲା ଇଶାଣୀବ୍ରହ୍ମପୁର ସ୍ଥିତ ଆଶ୍ରା ଜରାଶ୍ରମରେ ରହୁଥିବା ବୃଦ୍ଧ ବୃଦ୍ଧାଙ୍କ ପାଇଁ ହୋମିଓପାଥିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ନୁଆପଡା ଆଦର୍ଶ ଜନସେବା ଟ୍ରଷ୍ଟ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ନିରାକାର ବେଉରା, ଶିକ୍ଷାବିତ ଧରଣିଧର ସେଠୀ ଓ ବାରଙ୍ଗ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସ୍ୱାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଟ୍ରଷ୍ଟର ଅଧ୍ୟକ୍ଷ ଅରବିନ୍ଦ ପାତ୍ର ଓ ସଭାପତି ବିଶ୍ୱଜିତ ଚକ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଚିକିତ୍ସା ଶିବିର ଆରମ୍ଭ ହେବା ପୂର୍ବରୁ ଜରାଶ୍ରମରେ ରହୁଥିବା ୨୫ ଜଣ ବୃଦ୍ଧବୃଦ୍ଧାଙ୍କୁ ସାବୁନରେ ହାତ ଧୁଆଇବା, ମାସ୍କ ପିନ୍ଧାଇବା, ହାତରେ ସାନିଟାଇଜର ବ୍ୟବହାର କରାଇବା ସହ ଉତ୍ତରିୟ ପ୍ରଦାନ କରି ବିସ୍କୁଟ, ସାବୁନ, ତେଲ ଇତ୍ୟାଦି ଦେଇଥିଲେ ।

ସେମାନଙ୍କ ପାଇଁ ମଧ୍ୟରେ ଟ୍ରଷ୍ଟ ତରଫରୁ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଥିଲା । ପରେ ପରେ ଟ୍ରଷ୍ଟର ସମ୍ପାଦକ ସୁରେଶ ରାଉତ, ବୈଜୟନ୍ତିମାଳା ରଥ, ବିଜୟ ଦଳାଇ, ଲଳିତା ମଞ୍ଜରି ବେହେରା, ସଞ୍ଜୀବ ରଥ, ଅଜିତ ଜେନା, ଆଲୋକ ସାହୁ, ସଶ୍ମିତା ସାହୁ ପ୍ରମୁଖଙ୍କ ଦ୍ୱାରା କରୋନା ପ୍ରତିରୋଧକ ଭାବେ ଆରସେନିକ ଆଲସ୍-୩୦ ହୋମିଓପାଥି ଔଷଧ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜରାଶ୍ରମର ମଖ୍ୟ ଉପଦେଷ୍ଟା ସୁଧିର ରଞ୍ଜନ ଆଚାର୍ଯ୍ୟ ଉପସ୍ଥିତ ଥିବା ବେଳେ ଶାଖା ପରିଚାଳକ ଜ୍ୟୋତି ରଞ୍ଜନ ଦାଶ ଓ ଉମାକାନ୍ତ ସ୍ୱାଇଁ ପରିଚାଳନା କରିଥିଲେ ।

Leave A Reply