Odisha news

କଂଟିଲୋରେ ରାସନ ସାମଗ୍ରି ବଂଟନରେ ଅନିୟମିତତା : କମ୍ ଚାଉଳ ଗହମ ମିଳୁଥିବା ଅଭିଯୋଗ

0

ଜଗତସିଂହପୁର/ବିରିଡି : ଜଗତସିଂହପୁର ଜିଲ୍ଲା କଂଟିଲୋ ଗ୍ରାମର ରାସନ ସାମଗ୍ରି ବଣ୍ଟନରେ ବ୍ୟାପକ ହେରଫେର ହେଉଥିବା ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ଅନୁସାରେ ସେହି ଗ୍ରାମରେ ଉପୋଭୋକ୍ତା ମାନଙ୍କୁ ରାସନ ସାମଗ୍ରି ଯଥା ଗହମ ଓ ଚାଉଳ ସରକାରୀ ଦରରେ ବିକ୍ରି କରିବା ପାଇଁ ସରକାରୀ ବିକ୍ରେତା ଭାବେ ଏକ ସ୍ୱୟଂ ସହାୟକ ଗୋଷ୍ଠିକୁ ବଣ୍ଟନ ପାଇଁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠି ଉପଭୋକ୍ତା ମାନଙ୍କୁ ଠିକ ସମୟରେ ଏବଂ ଉଚ୍ଚିତ ଓଜନରେ ସାମଗ୍ରି ଦେଉନଥିବା ଅଭିଯୋଗ ହୋଇଛି ।

ସ୍ୱୟଂ ସହାୟକ ଗୋଷ୍ଠି କାର୍ଡ ପିଛା ୧ରୁ ୨ କେଜି ଚାଉଳ ଗହମ ଓଜନରେ କମ୍ କରି ଦିଆଯାଉଥିବା ପ୍ରଦିପ ଜେନା, ଶିବ ପ୍ରସାଦ ଭୋଇ, ଆଲୋକ ଭୋଇ, ଅଶୋକ ଭୋଇ, ବିଳାସ ଦାସ, ପନିର ଭୋଇ, ବୃନ୍ଦାବନ ଦାସ, ନଟବର ଭୋଇ, କୈଳାସ ଚନ୍ଦ୍ର ବେହେରା, ପ୍ରମିଳା ବେହେରା, ଉଲାସ ଭୋଇ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରିବାକୁ ଦାବି କରିବା ସହ ନୁତନ ସ୍ୱୟଂ ସହାୟକ ଗୋଷ୍ଠିକୁ ସଂମ୍ପୃକ୍ତ ଗ୍ରାମବାସିଙ୍କ ରାସନ ସାମଗ୍ରି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply