Odisha news

ଟମକା ଥାନାରେ ଶାଳପଡ଼ା ମେକାନିକାଲ ଡ଼ିଭିଜନ ନିର୍ବାହୀନ୍ତ୍ରୀଙ୍କ ନାଁରେ ଏତଲା

0

ବ୍ୟାସନଗର : ଆରଟିଆଇରେ ସୂଚନା ମାଗିବାରୁ ଜନୈକ ସୂଚନା କର୍ମୀଙ୍କୁ ମାରିଦେବାର ଧମକ ମିଳିଛି । ଏଭଳି ଅଭିଯୋଗ କେନ୍ଦୁଝର ଜିଲା ଆନନ୍ଦପୁରସ୍ଥ ଶାଳପଡ଼ା ମେକାନିକାଲ ଡ଼ିଭିଜନ ନିର୍ବାହୀଯନ୍ତ୍ରୀଙ୍କ ନାଁରେ ଟମକା ଥାନାରେ ଆମ୍ପୋର ଗ୍ରାମର ପ୍ରମୋଦ କୁଅଁର କରିଛନ୍ତି । ପୁଲିସ ଅଭିଯୋଗକୁ ଗ୍ରହଣ କରିବା ସହ ଅଭିଯୋଗର ସତ୍ୟତା ଅନୁସନ୍ଧାନ ଆରମ୍ଭ କରିଛି ।

ଶାଳପଡ଼ା ନିର୍ବାହୀଯନ୍ତ୍ରୀଙ୍କ ନାଁରେ ଟମକା ଥାନା ଅନ୍ତର୍ଗତ ଆମ୍ପୋର ଗ୍ରାମର ବାବାଜୀ ଚରଣ କୁଅଁରଙ୍କ ପୁଅ ପ୍ରମୋଦ କରିଥିବା ଅଭିଯୋଗ ମତେ ଡ଼ୁବୁରୀ ଠାରେ ଦେବ ଇଂଜିନିୟରିଂ ଆଣ୍ଡ ଟୁଲ ନାମରେ ଥିବା ସଂସ୍ଥା ସଂପର୍କରେ ଶାଳପଡ଼ା ଡ଼ିଭିଜନରୁ ସୂଚନା ଅଧିକାର ଆଇନ୍ବଳରେ କେତେକ ତଥ୍ୟ ଜାଣିବାକୁ ତା୨୮ା୮ା୨୦ ଓ ତା୮ା୯ା୨୦ରେ ଦରଖାସ୍ତ କରିଥିଲି ।

ନିୟମ ମତେ ମୋତେ ମାଗିଥିବା ତଥ୍ୟ ଦେବା ବଦଳରେ ତା୧୨ା୯ା୨୦ ସନ୍ଧ୍ୟା୭.୧୦ ମିନିଟ ସମୟରେ ୭୬୮୧୦୬୭୭୯୪ ଫୋନ ନମ୍ବରରୁ ଧମକପୂର୍ଣ୍ଣ ଫୋନ ଆସିଥିଲା । ଫୋନ୍ରେ ହିମାଂଶୁ ସାହୁ ନାମରେ ଆରଟିଆଇ ମାଗିଛୁ । ହିମାଂଶୁ ସାହୁଙ୍କୁ ଯାଇ ଭୂଲ ମାଗେ, ନହେଲେ କଟକ କି ଭୁବନେଶ୍ୱର ଆସିଲେ ତୋତେ ଓ ତୋ କାରଖାନାକୁ ବମ ପକାଇ ଉଡ଼ାଇ ଦେବବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏଣୁ ମୋ ଜୀବନ ପ୍ରତି ବିପଦ ଅଛି; ଏନେଇ ଚକ୍ରାନ୍ତ କରାଯାଉଥିବାରୁ ଟେଲିଫୋନ ନମ୍ବରକୁ ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ପ୍ରମୋଦ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।

Leave A Reply