ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକର ୨୯ଟି ପଞ୍ଚାୟତର ୧୧୧ ରାଜସ୍ୱ ଗ୍ରାମରେ ଶୁକ୍ରବାର ଠାରୁ ସରକାରୀ ରିଲିଫ୍ ବଣ୍ଟନ ଆରମ୍ଭ ହୋଇ ରବିବାର ତୃତୀୟ ଦିନରେ ପହଞ୍ଚôଛି । ତେବେ କେତେକ ପଞ୍ଚାୟତରେ ରିଲିଫ୍ ପାଇବାରୁ ପ୍ରକୃତ ବିପନ୍ନ ପରିବାର ବଞ୍ଚôତ ହେଇଥିବା ଅଭିଯୋଗ ହୋଇଛି, ଏହି ତୃଟିକୁ ପ୍ରଶାସନ ପକ୍ଷରୁ ସଜାଡ଼ିବା ପାଇଁ ଉଦ୍ୟମ କରାଯାଇଛି, ଜଣାଯାଇଛି ଯେ ୨୦୧୧ ଜନଗଣନାକୁ ଆଧାର କରି ରିଲିଫ୍ ଆସିଥିଲା ବେଳେ ଅଧିକ ୧୨% ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟବସ୍ତା କରାଯାଇଛି, ତଥାପି କେତେକ ସ୍ଥାନରେ ତୃଟି ପରିଲକ୍ଷିତ ହେଇଥିଲା ବେଳେ ଗଣ୍ଡଗୋଳ ଘଟୁଛି, ଏହିଭଳି ଏକ ଘଟଣା କିମ୍ଭିରିଆପାଳ ପଞ୍ଚାୟତରେ ଶନିବାର ଘଟିଯାଇଛି, ସରପଞ୍ଚ ପ୍ରତିମା ସାହୁଙ୍କ ସହିତ ଅଙ୍ଗନୱାଡ଼ି କର୍ମୀ ବୀଣାପାଣି ମଲିକଙ୍କ ମଧ୍ୟରେ ଯାହାକି ଥାନା ପର୍ଯ୍ୟନ୍ତ କଥା ଆସିଛି, ରିଲିଫ୍ ବଣ୍ଟନ ପ୍ରକି୍ରୟା ବନ୍ଦ ରହିଥିଲା ବେଳେ ରବିବାର ପୁନର୍ବାର ଆରମ୍ଭ ହୋଇଛି, ୪୧ ହଜାର ୧୩୯ଟି ପାରିବାରକୁ ୨୦ ହଜାର ୫୭୫ କ୍ୱିଣ୍ଟାଲ ·ଉଳ ବଣ୍ଟନ କରାଯିବ, ଏନେଇ ପ୍ରଶାସନ ପକ୍ଷରୁ ୧୨୦ କର୍ମ·ରୀଙ୍କୁ ନିଯୁକ୍ତି କରାଯାଇଛି । ପୋଲିସ୍ ମୋବାଇ ଭ୍ୟାନ ଗୋଟିଏ ବୁଲୁଥିଲା ବେଳେ ରିଲିଫ୍ ବଣ୍ଟନ ସ୍ଥଳରେ ପୋଲିସ ମୂତୟନ କରାଯାଇଛି । ୩ କୋଟି ୫ ଲକ୍ଷ ୭୪ ହଜାର ୫ ଶହ ଟଙ୍କା ବଣ୍ଟନ ପାଇଁ ଆସିଛି, ପରିବାର ପିଛିା ୫୦୦ ଟଙ୍କା ଦିଆଯାଇଛି ବୋଲି ବି.ଡ଼ି.ଓ ଶିବାନନ୍ଦ ସ୍ୱାଇଁ କହିଛନ୍ତି ।