ଇତିହାସ ର ପୃଷ୍ଠା ଲେଉଟା ଚାଲିଛି ..
କେତେବେଳେ କେଉଁ ତଥ୍ୟ ସାମ୍ନାକୁ ଆସିବ କାହାକୁ ଜଣା ନାହିଁ …
ସେହିଭଳି ଅନେକ ରୋଚକ ତଥ୍ୟ ଲୁଚି ରହିଛି ପବିତ୍ର ଭାରତ ଭୂମି ରେ. ….
ଭାରତର ରାଜସ୍ଥାନ ରାଜ୍ୟ ନିଜର ବିଶେଷ ଇତିହାସ କୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ l ଏଠା କାର ସୁ-ଉଚ ପ୍ରାସାଦ ଓ ରାଜକୀୟ ଦୁର୍ଗ ରେ ଲୁଚି ରହିଛି ଅନେକ ଗୋପନୀୟ ତଥ୍ୟ l ଯାହା ହଜାର ହଜାର ବା ଶହ ଶହ ବର୍ଷ ତଳର ଅଟେ l ରାଜସ୍ଥାନ ର ଏହି ସୁ- ଉଚ୍ଚ ପ୍ରାସାଦ ଭାରତର ଗର୍ବ ଓ ଗୌରବ l
ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ କିମ୍ବଦନ୍ତୀ ସହିତ ପରିଚିତ କରାଇବାକୁ ଯାଉଛୁ ଯାହାକି ୨୨୧ ବର୍ଷ ପୁରୁଣା ଅଟେ l ଯାହା ଆଜିବି ଆମ ଭାରତୀୟ ଙ୍କ ପାଇଁ ଗର୍ବ ର ସହିତ ଦଣ୍ଡାୟମାନ l
ଭାରତର ଏହି ଐତିହାସିକ ପ୍ରାସାଦ ର ନାମ ହେଉଛି ଜଲ ମହଲ , ଯାହା ଜୟପୁର ରେ ଅବସ୍ଥିତ l ଜୟପୁର ର ଆମେର ମାର୍ଗ ର ମାନସଗର ରେ ଅବସ୍ଥିତ ଏହି ମହଲକୁ ସବାଇ ଜୟସିଂହ ୧୭୯୯ ଶତାବ୍ଦୀ ରେ ନିର୍ମାଣ କରିଥିଲେ l
ଆରବାଲି ପର୍ବତ ନିକଟରେ ଜଳ ଗର୍ଭ ରେ ସ୍ଥିତ ଏହି ମହଲ କୁ ଆଇ ବଲ ମଧ୍ୟ କୁହାଯାଇ ଥାଏ l ଏହାଛଡା ଏହାକୁ ରୋମାଣ୍ଟିକ୍ ମହଲ ମଧ୍ୟ କୁହାଯାଇ ଥାଏ l ସେହି ସମୟରେ ରାଜା ନିଜ ରାଣୀ ଙ୍କ ସହିତ ବିଶେଷ ସମୟ ଅତିବାହିତ କରିବା ପାଇଁ ଏହି ମହଲ କୁ ଯାଉଥିଲେ l
ପାଞ୍ଚ ମହଲା ବସିଷ୍ଟ ଏହି ମହଲ ର ବିଶେଷତ୍ତା ହେଲା ଏହାର ୪ ଟି ମହଲା ପାଣି ଭିତରେ ବୁଡି ଯାଇଛି l ଏହି ବିଶେଷ କାରଣ ରୁ ଏହି ମହଲରେ କଦାପି ଗରମ ଅନୁଭୂତ ହୋଇ ନଥାଏ l ଏହି ମହଲ ରୁ ଆରବାଲି ପର୍ବତ ର ଓ ହ୍ରଦ ର ଦୃଶ୍ୟ ଉପଭୋଗ ଖୁବ ସୁନ୍ଦର ଲାଗିଥାଏ l ଏହି ମହଲ ରେ ଥିବା ନର୍ସରୀ ରେ ପାଖାପାଖି ୪୦ ଟି ମାଳି କାମ କରି ଥାଆନ୍ତି l ଏବଂ ଏହି ଉଦ୍ୟାନ ରେ ଅନେକ ଦୁର୍ଲଭ ଗଛ ମଧ୍ୟ ରହିଛି l