Odisha news

ବିଶ୍ୱର ଗୋଟିଏ ଏଭଳି ଦେଶ , ଯାହା ରୋଚକ ତଥ୍ୟରେ ପୂର୍ଣ୍ଣ : ମାତ୍ର ଗୋଟିଏ ଘଣ୍ଟାରେ ୩ ଟି ରାଷ୍ଟ୍ରପତି ପରିବର୍ତ୍ତନ

0

ବିଶ୍ୱର ଗୋଟିଏ ଏଭଳି ଦେଶ , ଯାହା ରୋଚକ ତଥ୍ୟ ରେ ପୂର୍ଣ୍ଣ

ମାତ୍ର ଗୋଟିଏ ଘଣ୍ଟା ରେ ୩ ଟି ରାଷ୍ଟ୍ରପତି ପରିବର୍ତ୍ତନ ..
ତାହା ପୁଣି ଗୋଟିଏ ଦେଶର …
ଥରେ ଭାବିଲେ ଦେଖି ଦେଶର ସର୍ବୋଚ୍ଚ ସ୍ଥାନ କୁ ବିମଣ୍ଡିତ କରିଥିବା ରାଷ୍ଟ୍ର ମୁଖ୍ୟ ଯଦି ଗୋଟିଏ ଘଣ୍ଟାରେ ୩ ଥର ପରିବର୍ତ୍ତନ ହେବେ ତେବେ ଏହା କିଭଳି ଘଟଣା ହୋଇଥିବ l ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠୁଥିବ ଯେ ସତରେ ଏହା କଣ ସମ୍ଭବ ହୋଇପାରେ ? ହଁ ଦର୍ଶକ ବନ୍ଧୁ ଏହା ୧୦୬ ବର୍ଷ ପୂର୍ବରୁ ଘଟିଥିବା ଘଟଣା l ଏହି ଦେଶ ଟି ଉତ୍ତର ଆମେରିକାର l ଏଠାରେ ଏଭଳି କିଛି ଘଟିଥିଲା ମାତ୍ର ଗୋଟିଏ ଘଣ୍ଟା ରେ ୩ -୩ ଟି ରାଷ୍ଟ୍ର ମୁଖ୍ୟ ପରିବର୍ତ୍ତନ ହୋଇଥିଲେ l ହଁ ଆଜ୍ଞାଗ୍ ଏହା ସମ୍ପୂର୍ଣ ସତ୍ୟ l ଏହି ଦେଶ ଦୁନିଆର ଦୁନିଆର ୧୪ ତମ ସର୍ବ ବୃହତ ଦେଶ l ଏବଂ ଏହା ବିଶ୍ୱର ଗୋଟିଏ ସୁନ୍ଦର ଦେଶ l ଆସନ୍ତୁ ଆଜି ଜାଣିବା ଏହି ଦେଶ ବିଷୟରେ , କିଏ ଏହି ଦେଶ ? କଣ ରହିଛି ଏହା ପଛର କାରଣ ?

ଏହି ଦେଶର ନାମ ହେଉଛି ମେକ୍ସିକୋ l ଆଜକୁ ପ୍ରାୟ ୧୦୯ ବର୍ଷ ପୂର୍ବର ଘଟଣା , ଅର୍ଥାତ ୧୯୧୩ ର l

ଦିନ ଥିଲା ୧୯ ଫେବୃଆରୀ ୧୯୧୩ , ସେତେବେଳେ ରାଷ୍ଟ୍ରପତି ଥିଲେ ଫ୍ରାନ୍ସୀସକୋ ଆଇ ମେଡେରୋ , ସେ ରାଷ୍ଟ୍ରପତି ପଦବୀ ରୁ ଯିବାର ଗୋଟିଏ ଘଣ୍ଟା ମଧ୍ୟରେ ପେଦ୍ରୋ ଲସ୍କୁରିନ ରାଷ୍ଟ୍ରପତି ହୋଇଥିଲେ , କିନ୍ତୁ ସେ ରାଷ୍ଟ୍ରପତି ହେବାର ମାତ୍ର କେଇ ମିନିଟ ମଧ୍ୟରେ ନିଜ ପଦବୀ ରୁ ଇସ୍ତଫା ଦେଇଥିଲେ l ଏହାପରେ ଭିକ୍ଟୋରିଆନୋ ହୁଏର୍ଟା ରାଷ୍ଟ୍ରପତି ହୋଇଥିଲେ l ପେଡ୍ରୋ ଲୁଷ୍କରିନ ମାତ୍ର ୨୬ ମିନିଟ ପାଇଁ ରାଷ୍ଟ୍ରପତି ହୋଇଥିଲେ l ଏହା ଗୋଟିଏ ବିଶ୍ୱ ରେକର୍ଡ ଅଟେ l

ଆସନ୍ତୁ ଜାଣିବା ଏହି ଦେଶର ଅନ୍ୟ କିଛି ରୋଚକ କଥା -:
ଦୁନିଆର ସବୁଠୁ ପୁରୁଣା ଗଛ ଏହି ଦେଶ ରେ ରହିଛି l ଯାହାର ନାମ ହେଉଛି ମଣ୍ଟେଜୁମା ସାଇପ୍ରସ୍ l ଏହି ଗଛଟି ପ୍ରାୟ ୨୦୦୫ ବର୍ଷ ତଳର ଓ ଏହାର ଉଚତା ୪୦ ଫୁଟ l

ଏହି ଦେଶରେ ମଧ୍ୟ ରହିଛି ବିଶ୍ୱର ସବୁଠୁ ଛୋଟ ଜ୍ୱାଳାମୁଖୀ l ଯାହାର ନାମ ହେଉଛି କ୍ୟୁଷ୍କୋମେଟ l ଏହି ଜ୍ୱାଳାମୁଖୀ ପ୍ୟୁବାଲା ସହରରେ ଅବସ୍ଥିତ ଓ ଏହା ୧୩ ଫୁଟ ଲମ୍ବା ଓ ୨୩ ମିଟର ଚଉଡା l

ମେକ୍ସିକୋ ରେ ରହିଛି ମାୟା ସଭ୍ୟତା ର ପିରାମିଡ଼ l ବିଶେଷ କଥା ଟି ହେଲା ଏହି ଦେଶ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ରହିଛି ସାମିଲ l

IEC 2 years
Leave A Reply