ଅର୍ବାଜ ଖାନ ଖୁବ ଶୀଘ୍ର ଆଉ ଥରେ ଘୋଡ଼ି ଚଢି ବର ହେବାକୁ ଯାଉଛନ୍ତି l ବର୍ତମାନ ଏହା କେବଳ କଳ୍ପନା ଜଳ୍ପନା କରାଯାଉ ଥିଲା , କିନ୍ତୁ ବର୍ତମାନ ଡେଟ ଫାଇନାଲ ହୋଇ ସାରିଛି l କିଏ ଏହି ମିଷ୍ଟ୍ରି ଗାର୍ଲ ? କଣ ପୂର୍ବ ଗାର୍ଲ ଫ୍ରେଣ୍ଡ ଜର୍ଜିଆ ? ନା ଆଉ କିଏ ?
ବର୍ତମାନ ଏହି ମିଷ୍ଟ୍ରି ଗାର୍ଲ ଙ୍କ ନାମ ସାମ୍ନା କୁ ଆସିଛି l ତାଙ୍କ ନାମ ହେଉଛି ସୌରା ଖାନ l ସୌରା ଖାନ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ l ସେ ଜଣେ ସେଲିବ୍ରେଟି ମେକପ ଆର୍ଟିଷ୍ଟ l ସୌରା ଓ ଅର୍ବାଜ ଙ୍କ ପ୍ରଥମ ସାକ୍ଷାତ ଆଗାମୀ ଫିଲ୍ମ ପଟନା ଶୁକ୍ଳା ର ସେଟ ରେ ହୋଇଥିଲା l ଏହିଠାରୁ ହିଁ ଉଭୟଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା l
ଏହି ଚଳଚିତ୍ର ରେ ରବିନା ଟଣ୍ଡନ ରହିଛନ୍ତି l ସୌରା ରବିନା ଓ ରାସା ଙ୍କ ର ମେକପ ଆର୍ଟିଷ୍ଟ ଅଟନ୍ତି l ସୌରା ସୋସିଆଲ ମିଡ଼ିଆ ରେ ଏତେ ଆକ୍ଟିଭ ନୁହନ୍ତି l କିନ୍ତୁ ତାଙ୍କ କାମର ପ୍ରମାଣ ଇନଷ୍ଟା ଆକାଉଣ୍ଟ ରେ ମିଳିଥାଏ l
୫୭ ବର୍ଷୀୟ ଅର୍ବାଜ ଙ୍କ ର ପ୍ରଥମ ପତ୍ନୀ ମଲାଈକା ଆରୋଡା ଙ୍କ ସହ ୨୦୧୭ ରେ ବିବାହ ବିଛେଦ ହୋଇଥିଲା l ଉଭୟଙ୍କ ର ଗୋଟିଏ ୨୧ ବର୍ଷର ପୁତ୍ର ରହିଛି , ଯାହାଙ୍କ ନାମ ଅରହାନ ଖାନ l ନିକଟ ରେ ଜର୍ଜିଆ ଙ୍କ ସହିତ ଅର୍ବାଜ ଙ୍କ ର ବ୍ରେକ ଅପ ହୋଇ ଯାଇଛି l
