ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତେଜନା ବେଳେ ଭାରତ ନେପାଳ ସୀମା ବିବାଦର ସ୍ଥିତି ଦେଖାଦେଇଛି l ଭାରତ ଓ ନେପାଳ ମଧ୍ୟରେ ରହିଥିବା ଖୋଲା ସୀମାନ୍ତ ଉପରେ ନେପାଳ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା l ଏହି ସିମାନ୍ତର ନାମ ହେଉଛି “ନୋ ମେନ୍ସ ଲାଣ୍ଡ “l ଏହି ସୀମାନ୍ତ କୁ ଲାଗି ଭାରତର ଉତରପ୍ରଦେଶ ରାଜ୍ୟର ପିଲିଭିତ ଜିଲ୍ଲା ଅଟେ l ସୂଚନା ଯୋଗ୍ୟ ଯେ ରବିବାର ଦିନ ଏହି ସସମ୍ବାଦ ପାଇବା କ୍ଷଣି SSB ,DIG ଓ ପିଲିଭିତ ଜିଲ୍ଲାର ଜିଲ୍ଲାପାଳ ସେହି ସ୍ଥାନରେ ପହଞ୍ଚିଥିଲେ l ଦୁଇ ଦେଶର ଅଫିସର ମାନଙ୍କ ମଧ୍ୟରେ ଆଲୋଚନା ହୋଇ ବର୍ତ୍ତମାନ ସଡକ ନିର୍ମାଣ କାର୍ଯ୍ୟ ବନ୍ଦ କରିଦିଅl ଯାଇଛି l
ରବିବାର ଦିନ ଜିଲ୍ଲା ପ୍ରଶାସନକୁ ସୂଚନା ମିଳିଥିଲା ଯେ ଇଣ୍ଡୋ ନେପାଳ ସୀମାରେ ପିଲର ସଂଖ୍ୟା ୩୮ ପାଖରେ ନୋ ମେନ୍ସ ଲାଣ୍ଡ ଉପରେ ନେପାଳ ପକ୍ଷରୁ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଏହି ସମ୍ବାଦ ମିଳିବ କ୍ଷଣି ଭାରତୀୟ ଅଧିକାରୀ ମାନେ SSB ଯବାନ ମାନଙ୍କ ସହିତ ସାରଦା ନଦୀକୁ ବୋଟରେ ପାର କରି ସେଠାରେ ପହଞ୍ଚିଥିଲେ l ନେପାଳର ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କ ସହିତ କଥାବାର୍ତ୍ତା ହେଲା ପରେ ଏହି କାର୍ଯ୍ୟକୁ ବନ୍ଦ କରାଗଲା l ନେପାଳ ପକ୍ଷରୁ ହଠାତ ଏହି ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା କୁ ନେଇ ଭାରତରେ ଖଲବଲୀ ସୃଷ୍ଟି ହେଲା l
ସୀମାରେ ମୁତୟନ ହୋଇଥିବା ଯବାନ ମାନଙ୍କୁ ମଧ୍ୟ ଏହାର ସୂଚନା ଠିକ ସମୟରେ ମିଳିଗଲା l ଜିଲ୍ଲାପାଳ ବୈଭବ ଶ୍ରୀବାସ୍ତବ ଫୋନ ମାଧ୍ୟମରେ ସମସ୍ତ ଘଟଣା ବିଷୟରେ ବରିଷ୍ଠ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ l ଏହାପରେ ସୀମାରେ ସତର୍କତା ବଢ଼ାଇ ଦିଆଯାଇଛି l ଆଗରୁ ମଧ୍ୟ ଥରେ ଏହି ସ୍ଥାନକୁ ନେଇ ନେପାଳ ଓ ଭାରତ ମଧ୍ୟରେ ବିବାଦ ହୋଇଥିଲା l ନୋ ମେନ୍ସ ଲାଣ୍ଡ ଉପରେ ନେପାଳ ପ୍ରଶାସନ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲା l ସେତେବେଳେ ମଧ୍ୟ ଭାରତର ଅଧିକାରୀ ମାନେ ସଡକ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ l
ନୋ ମେନ୍ସ ଲାଣ୍ଡ କଣ
ଯେତେବେଳେ ଦୁଇ ଦେଶ ମଧ୍ୟରେ ସୀମା ନିର୍ଧାରଣ କରିବାକୁ ନେଇ କିଛି ଜାଗା ଛଡ଼ାଯାଏ ତାହାକୁ ନୋ ମେନ୍ସ ଲାଣ୍ଡ କୁହନ୍ତି l ଏହି ଜାଗା କୌଣସି ଦେଶରବି ଅଧିକାରରେ ନଥାଏ ,କେବଳ ଗୋଟିଏ ସୀମା ନିର୍ଧାରଣ ପାଇଁ ବାଡ଼ ଦିଆଯାଏ l