କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କରି କଳପଡା ହାଇସ୍କୁଲରେ କୋଭିଡ-୧୯ ପାଇଁ ସ୍ୱାବ ସଂଗ୍ରହ କରାଯାଇଛିି । ଏହି ସ୍ୱାବ ସଂଗ୍ରହ ପାଇଁ ଶତାଧିକ ଲୋକଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା । ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପରିଷଦ ତଥା ଜିଲ୍ଲା ଯୋଜନା ବୋର୍ଡ ସଭ୍ୟା ଜ୍ୟୋସôାରାଣୀ ଜେନାଙ୍କ ଉଦ୍ୟମରେ କରୋନା ସଂକ୍ରମଣ ସମ୍ବନ୍ଧରେ ଜାଣିବା ପାଇଁ ୨୫୫ଜଣ ବ୍ୟକ୍ତିଙ୍କର ସ୍ୱାବ ସଂଗ୍ରହ କରାଯାଇଛି ।
ଏମାନଙ୍କ ମଧ୍ୟରେ ବୟସ୍କ, ମହିଳା, ଗର୍ଭବତୀ ମହିଳା, ଶିଶୁ, ଥଣ୍ଡାକାଶ ଥିବା ବ୍ୟକ୍ତି ଏବଂ ବାହାରୁ ଆସୁଥିବା ପ୍ରବାସୀ ମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ କିଟ୍ ହସପିଟାଲକୁ ପରୀକ୍ଷା ପାଇଁ ପଠାଯାଇଛି । ଏହି ସ୍ୱାବ ସଂଗ୍ରହ କାର୍ଯ୍ୟକ୍ରମରେ ଡାକ୍ତର ନୃପେନ୍ଦ୍ର ଶତପଥୀ, ଜିଲ୍ଲା ପରିଷଦ ସଦସ୍ୟ ତଥା ଯୋଜନା ବୋର୍ଡ ସଦସ୍ୟା ଶ୍ରୀମତୀ ଜେନା, କଳପଡା ସରପଂଚ ନିତ୍ୟାନନ୍ଦ ସେଠୀ ଙ୍କ ସମେତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସମାଜସେବୀ ଏବଂ ମେଡିକାଲ ଟିମ୍ ପ୍ରମୁଖ ପ୍ରରିଚାଳନା କରିଥିଲେ ।